www.samajalive.in
Sunday, December 14, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ଜି-୨୦ ଜନ ଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି :  ସ୍ଥାନୀୟ କଣ୍ଟାବାଞ୍ଜି ନୋଡାଲ ସ୍କୁଲରେ କ୍ଲଷ୍ଟର ସ୍ଥରୀୟ ଜି-୨୦ ଜନ ଭାଗିଦାରୀ ଅଭିଯାନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମରେ କଣ୍ଟାବାଞ୍ଜି ଏନଏସି ନଗରପାଳ ବରୀୟମ୍ ସିଂ ସାଲୁଜା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, କଣ୍ଟାବାଞ୍ଜିସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ସମ୍ମାନିତ ଅତିଥି, ଘନଶ୍ୟାମ ଗହିର, ପ୍ରଧାନ ଶିକ୍ଷୟତ୍ରୀ ସବିତା ମହାପାତ୍ର ସମ୍ମାନିତ ଭାବେ ଯୋଗ ଦେଇଥିଲେ। କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରି ଥିଲେ।।
ଏହି ସଭାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯକ୍ରମ ଉପରେ ଆଲୋଚନା ହୋଇ ଥିଲା। ଅତିଥିଗଣ ସରକାରଙ୍କ ପ୍ରୟାସ ଏବଂ ପିତା- ମାତା, ଅଭିଭାବକ, ଶିକ୍ଷକ- ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚଳନ କମିଟି, ଶିକ୍ଷାବିତ୍, ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ  ଭାଗିଦାରୀ ସ୍କୁଲରେ ପିଲାମାନଙ୍କ  ଶୈକ୍ଷିକ ଦିଗର ଉନ୍ନତି ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଶେଷରେ ପିଲାଙ୍କ ଶୈକ୍ଷିକ ଅଗ୍ରଗତିରେ ନିଜ ନିଜ ଭାଗିଦାରୀ ସୁନିଶ୍ଚିତ କରି ଦେଶର ବିକାଶରେ ଯୋଗଦାନ ଦେବା ନେଇ ସମସ୍ତେ ସାମୁହିକ ଶପଥ ଗ୍ରହଣ କରିଥିଲେ।
ହିଆଲ କ୍ଲଷ୍ଟର ସ୍କୁଲ
ସେହିପରି  ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚାଟୁଅନକା ଠାରେ ଜି-୨୦ ଜନଭାଗଦାରୀ ଏଫଏଲଏନ ସଚେତନତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚଟୁଅନକା  ଗ୍ରାମପଂଚୟତର ସରପଞ୍ଚ ଜ୍ଞାନେନ୍ଦ୍ର ତାଣ୍ଡି ଏବଂ ୱାର୍ଡମେମ୍ବର ସହଦେଵ ପନିକା, ସୁବାଷ ରଣା ପର୍ଯ୍ୟବେକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ବୁରୋମାଲର ପ୍ରଧାନ ଶିକ୍ଷକ ବିଭୂଦତ୍ତ ସାହୁ, ହିଆଲ କ୍ଲଷ୍ଟରର ସିଆରସିସି ଅମରେନ୍ଦ୍ର ବାଗ ମଞ୍ଚ ପରିଚାଳନା କରି ଥିଲେ। କିଶୋର ବାରିହା, ଡିଙ୍ଗର ଭୁଏ, ସୁଶାନ୍ତ ରାଉତ, କ୍ରୁନଚନ୍ଦ୍ର ପଣ୍ଡା,ବିଜୟ ତାଣ୍ଡି ସୁରେଶ ବେହେରା, ପ୍ରତାପ କୁଅଁର, ଲଳିତ ବିଶି, ଭୁର୍ସି ରଣା, ଚୁଡାମଣି ବେହେରା, ନଳିନୀ ସାହୁ,ସୁସ୍ମିତା ସେଟ, ମମତା ଯୋଶୀ,ବାଜ୍ୟାନ୍ତି ପାଢ଼ି, ରେଣୁକା ମହାନନ୍ଦ, ମମତା ପୁରୋହିତ, ଭି.କ୍ରିଷ୍ଣା, ଅଭିନାଶ, ଶରତ ମେହେର, ପୁଷ୍ପଞ୍ଜଳି ମହାପାତ୍ର, ଜ୍ୟେୀତିର୍ମୟୀ ଭୋଇ ମାନିନୀ ହୋତା ତଥା ଅନେକ ଅଭିଭାବକ ଅଂଶଗ୍ରହଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories