www.samajalive.in
Monday, December 15, 2025
17.1 C
Bhubaneswar

କଣ୍ଟାବାଞ୍ଜିରେ ଜି-୨୦ ଜନ ଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି :  ସ୍ଥାନୀୟ କଣ୍ଟାବାଞ୍ଜି ନୋଡାଲ ସ୍କୁଲରେ କ୍ଲଷ୍ଟର ସ୍ଥରୀୟ ଜି-୨୦ ଜନ ଭାଗିଦାରୀ ଅଭିଯାନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମରେ କଣ୍ଟାବାଞ୍ଜି ଏନଏସି ନଗରପାଳ ବରୀୟମ୍ ସିଂ ସାଲୁଜା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, କଣ୍ଟାବାଞ୍ଜିସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ସମ୍ମାନିତ ଅତିଥି, ଘନଶ୍ୟାମ ଗହିର, ପ୍ରଧାନ ଶିକ୍ଷୟତ୍ରୀ ସବିତା ମହାପାତ୍ର ସମ୍ମାନିତ ଭାବେ ଯୋଗ ଦେଇଥିଲେ। କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରି ଥିଲେ।।
ଏହି ସଭାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯକ୍ରମ ଉପରେ ଆଲୋଚନା ହୋଇ ଥିଲା। ଅତିଥିଗଣ ସରକାରଙ୍କ ପ୍ରୟାସ ଏବଂ ପିତା- ମାତା, ଅଭିଭାବକ, ଶିକ୍ଷକ- ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚଳନ କମିଟି, ଶିକ୍ଷାବିତ୍, ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ  ଭାଗିଦାରୀ ସ୍କୁଲରେ ପିଲାମାନଙ୍କ  ଶୈକ୍ଷିକ ଦିଗର ଉନ୍ନତି ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଶେଷରେ ପିଲାଙ୍କ ଶୈକ୍ଷିକ ଅଗ୍ରଗତିରେ ନିଜ ନିଜ ଭାଗିଦାରୀ ସୁନିଶ୍ଚିତ କରି ଦେଶର ବିକାଶରେ ଯୋଗଦାନ ଦେବା ନେଇ ସମସ୍ତେ ସାମୁହିକ ଶପଥ ଗ୍ରହଣ କରିଥିଲେ।
ହିଆଲ କ୍ଲଷ୍ଟର ସ୍କୁଲ
ସେହିପରି  ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚାଟୁଅନକା ଠାରେ ଜି-୨୦ ଜନଭାଗଦାରୀ ଏଫଏଲଏନ ସଚେତନତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚଟୁଅନକା  ଗ୍ରାମପଂଚୟତର ସରପଞ୍ଚ ଜ୍ଞାନେନ୍ଦ୍ର ତାଣ୍ଡି ଏବଂ ୱାର୍ଡମେମ୍ବର ସହଦେଵ ପନିକା, ସୁବାଷ ରଣା ପର୍ଯ୍ୟବେକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ବୁରୋମାଲର ପ୍ରଧାନ ଶିକ୍ଷକ ବିଭୂଦତ୍ତ ସାହୁ, ହିଆଲ କ୍ଲଷ୍ଟରର ସିଆରସିସି ଅମରେନ୍ଦ୍ର ବାଗ ମଞ୍ଚ ପରିଚାଳନା କରି ଥିଲେ। କିଶୋର ବାରିହା, ଡିଙ୍ଗର ଭୁଏ, ସୁଶାନ୍ତ ରାଉତ, କ୍ରୁନଚନ୍ଦ୍ର ପଣ୍ଡା,ବିଜୟ ତାଣ୍ଡି ସୁରେଶ ବେହେରା, ପ୍ରତାପ କୁଅଁର, ଲଳିତ ବିଶି, ଭୁର୍ସି ରଣା, ଚୁଡାମଣି ବେହେରା, ନଳିନୀ ସାହୁ,ସୁସ୍ମିତା ସେଟ, ମମତା ଯୋଶୀ,ବାଜ୍ୟାନ୍ତି ପାଢ଼ି, ରେଣୁକା ମହାନନ୍ଦ, ମମତା ପୁରୋହିତ, ଭି.କ୍ରିଷ୍ଣା, ଅଭିନାଶ, ଶରତ ମେହେର, ପୁଷ୍ପଞ୍ଜଳି ମହାପାତ୍ର, ଜ୍ୟେୀତିର୍ମୟୀ ଭୋଇ ମାନିନୀ ହୋତା ତଥା ଅନେକ ଅଭିଭାବକ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories