www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଶା ପ୍ରଶାସନିକ ସେବାସଂଘର କାର୍ଯ୍ୟକାରିଣୀ ପରିଷଦର ପ୍ରଥମ ବୈଠକ

ଭୁବନେଶ୍ୱର:ଆଜି ସ୍ଥାନୀୟ ଓସା ଭବନଠାରେ ଓଡ଼ିଶା ପ୍ରଶାସନିକ ସେବା ସଂଘର ସଭାପତି ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟକାରିଣୀ ପରିଷଦର ସାଧାରଣ ସଂପାଦକ ଶ୍ରୀ ବିଜୟ କୁମାର ସ୍ୱାଇଁ, ଉପସଭାପତି ଶାନ୍ତନୁ କୁମାର ମହାନ୍ତି, େୱଲ୍‌ଫେୟାର କମିଟିର ଅଧ୍ୟକ୍ଷ ଶ୍ରୀ ମିଳନୀ ମହାନ୍ତି, ଯୁଗ୍ମ ସଂପାଦକ (ସାଧାରଣ) ଶ୍ରୀ ଆଶିଷ କୁମାର ଜେନା, ଯୁଗ୍ମ ସଂପାଦକ (ଅର୍ଥ) ବିନୋଦ କୁମାର ଜେନା, ଯୁଗ୍ମ ସଂପାଦକ (ଗବେଷଣା ଓ ପ୍ରକାଶନ) ଅନୀତା ପଣ୍ଡା, ଯୁଗ୍ମ ସଂପାଦକ (ସଂଗଠନ) ଅମ୍ବିକା ପ୍ରସାଦ ଦାସ, ଯୁଗ୍ମ ସଂପାଦକ (ପାଠାଗାର) ଶ୍ରୀମତୀ ଶୁଭଶ୍ରୀ ରଥ, ଯୁଗ୍ମ ସଂପାଦକ (କୋଡ୍‌) ଜ୍ୟୋତି ପ୍ରକାଶ ସେଠୀ, ଯୁଗ୍ମ ସଂପାଦକ (ଉନ୍ନୟନ) ନିତିଶ ତ୍ରିପାଠୀ ଏବଂ ସଂଘର ମୁଖ୍ୟ ପରାମର୍ଶଦାତା ରବିନ୍ଦ୍ର କୁମାର ସେଠୀ ଉପସ୍ଥିତ ଥିଲେ ।
ବିଗତ ଦିନରେ ମୃତୁ୍ୟବରଣ କରିଥିବା ସଂଘର ସଭ୍ୟ/ସଭ୍ୟାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସଭାପତି ଶ୍ରୀ ମିଶ୍ର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଘକୁ କ୍ରିୟାଶୀଳ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସଂଘର ସଦସ୍ୟସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ଏହି ଅବସରରେ ସଂଘର ବିଭିନ୍ନ ସଦସ୍ୟସଦସ୍ୟାଙ୍କୁ ବିଭିନ୍ନ ଜିଲ୍ଲାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହି ନୋଡାଲ ଅଧିକାରୀମାନେ ପରବର୍ତ୍ତୀ ସମୟରେ ସେହି ଜିଲ୍ଲାର ଜିଲ୍ଲା ସଂଘ ସହ ସମନ୍ୱୟ ରକ୍ଷା କରି ସେଠାରେ କାର୍ଯ୍ୟରତ ଥିବା ସମସ୍ତ ସଭ୍ୟ/ସଭ୍ୟାଙ୍କ ସମସ୍ୟା ବାବଦରେ ରାଜ୍ୟ ସଂଘକୁ ଅବଗତ କରିବେ । ଚଳିତ ଫେବୃଆରୀ ୯ ଓ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ସଂଘର ସାଧାରଣ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ସଭ୍ୟ/ସଭ୍ୟାଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ ।
ମୁଖ୍ୟ ପରାମର୍ଶଦାତା ରବିନ୍ଦ୍ର ସେଠୀ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସୁଚାରୁ ରୂପେ ସାକାର କରିବା ନିମନ୍ତେ ଅବିରତ ଉଦ୍ୟମ ଜାରି ରଖିବାକୁ ସଂଘର ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ଅନୁରୋଧ କରିଥିଲେ ।
ପରିଶେଷରେ ଉପସଭାପତି ଉପସ୍ଥିତ ସଭ୍ୟସଭ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories