www.samajalive.in
Monday, December 15, 2025
24.1 C
Bhubaneswar

ଭୋଟରଙ୍କୁ ଆକୃଷ୍ଟ କରୁଛି ସଖୀ ମତଦାନ କେନ୍ଦ୍ର

ନୂଆପଡା: ନୂଆପଡାରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଉପନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଲୋକମାନେ ବେଶ ଉତ୍ସାହିତ ରହିଛନ୍ତି । ଯିଏ ସେମାନଙ୍କର ଅସୁବିଧାକୁ ବିଝିବ ଏବଂ ଅଞ୍ଚଳର ବିକାଶ କରିବା ତାହାକୁ ଭୋଟ ଦେଉଛନ୍ତି ବୋଲି ମତଦାତା ମାତେ କହିଛନ୍ତି । ତେବେ ନୂଆପଡାରେ ସଖୀ ମତଦାନ କେନ୍ଦ୍ର ଭୋଟରଙ୍କୁ ବିଶେଷ ଭାବରେ ଆକୃଷ୍ଟ କରୁଛି ।

ନୂଆପଡାର ନେସନାଲ ଉଚ୍ଚ ବିଦ୍ୟାଳୟକୁ ସଖୀ ମତଦାନ କେନ୍ଦ୍ର କରାଯାଇଛି । ସେଠାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିଛି ପ୍ରଶାସନ । ଭୋଟରମାନେ ମତଦାନ ପରେ ସେଲଫି ପଏଣ୍ଟରେ ଫଟୋ ଉଠାଇବା ପରେ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି । ଏହାସହିତ ମହିଳାମାନଙ୍କ ଲାଗି ସେଲଫି ପଏଣ୍ଟରେ ସୋଫା ପକାଯାଇଛି, ଯେଉଁଠାରେ ଟିକେ ବସିପଡି ଫଟୋ ଉଠାଉଛନ୍ତି । ପ୍ରଶାସନର ଏଭଳି ବ୍ୟବସ୍ଥାକୁ ମତଦାତାମାନେ ସ୍ୱାଗତ କରିଛନ୍ତି ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories