www.samajalive.in
Sunday, December 7, 2025
16.1 C
Bhubaneswar

ନାକରୁ ଜାଣନ୍ତୁ, ବ୍ୟକ୍ତିଙ୍କ ସ୍ବଭାବ

ନାକ ଆମ ଶରୀରର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ବାରା ଅମ୍ଳଜାନ ଶରୀରକୁ ପ୍ରବେଶ କରିବା ସହ ଅଙ୍ଗାରକାମ୍ଳ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ନାକରେ ଆମେ ଶୁଙ୍ଘି ବସ୍ତୁର ଗନ୍ଧ ଓ ବାସ୍ନା ବିଷୟରେ ଜାଣିପାରୁ। ନାକ ନିଶ୍ବାସପ୍ରଶ୍ବାସ, ସୁନ୍ଦରତା ବୃଦ୍ଧି କରିବା​‌ରେ ଓ ବ୍ୟକ୍ତିର ସ୍ବଭାବ ଜାଣିବାରେ ସହାୟକ ହୋଇଥାଏ। ନାକ ଦ୍ବାରା ମନୁଷ୍ୟର ପ୍ରକୃତି, ବ୍ୟବହାର ବିଷୟରେ ଜଣାପଡିଥାଏ।

କେତେକ ବ୍ୟକ୍ତିଙ୍କର ନାକ ମୋଟା ହୋଇଥାଏ ତ କାହାର ପତଳା ଓ ଲମ୍ବା ହୋଇଥାଏ। କାହାର ବଡ ନାକ ହୋଇଥାଏ ତ କାହାର ଛୋଟ ହୋଇଥାଏ। ସେହି ନାକ ଦେଖି ଆମେ ସେମାନଙ୍କ ସ୍ବଭାବ ସମ୍ବନ୍ଧରେ ଜାଣିପାରିବା। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

- Advertisement -

ଯେଉଁମାନଙ୍କ ନାକ ସିଧା ହେବା ସହ ଛୋଟ ଥାଏ ସେମାନେ ଧର୍ମାତ୍ମା ଓ ଭାଗ୍ୟଶାଳୀ ହୋଇଥାଆନ୍ତି।

ଶୁଆ ଥଣ୍ଟ ପରି ନାକ ଥିବା ବ୍ୟକ୍ତିମାନେ ଯେକୌଣସି ଉଚ୍ଚ ପଦବୀରେ ରହିବେ। ଏହାସହ ସେମାନଙ୍କ ଜୀବନ ସୁଖଶାନ୍ତିରେ ଅତିବାହିତ ହେବ।

ଯେଉଁମାନଙ୍କ ନାକ ବଙ୍କା କିମ୍ବା କଟା ପରି ଦେଖାଯାଏ ସେମାନେ ସର୍ବଦା ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି।

ନାକର ଅଗ୍ରଭାଗ ସାମାନ୍ୟ ବଙ୍କା ଥିବା ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ସ୍ବଳ୍ପ ଆୟ କରିଥାଆନ୍ତି।

ନାକର ଅଗ୍ରଭାବ ଦୁଇ ଭାଗ ପରି ଯେଉଁମାନଙ୍କର ହୋଇଥାଏ ସେମାନେ ନିର୍ଦ୍ଦନ ହୋଇଥାଆନ୍ତି।

ଯେଉଁମାନଙ୍କ ନାକ ଚାରି ଆଙ୍ଗୁଳୀ ଲମ୍ବା ହୋଇଥାଏ ସେମାନେ ଦୀର୍ଘାୟୁ ହୋଇଥାଆନ୍ତି।

ଛୋଟ ତଥା ଚେପଟା ନାକ ଥିବା ମହିଳାମାନେ ପୁରୁଷମାନଙ୍କ ମୃତ୍ୟୁର କାରଣ ହୋଇଥାଆନ୍ତି।

କେବଳ ଛୋଟ ନାକ ଥିବା ବ୍ୟକ୍ତିମାନେ ସରଳ ବ୍ୟକ୍ତିତ୍ବର ହୋଇଥାଆନ୍ତି। ଏହାସହ ସବୁବେଳେ ସେମାନେ ହସୁ ଥାଆନ୍ତି।

ତଳକୁ ଝୁଲି କରି ରହିଥିବା ନାକ ଯେଉଁମାନଙ୍କର ରହିଥାଏ ସେମାନେ ନିଜ ଇଚ୍ଛାର ମାଲିକ ହୋଇଥାଆନ୍ତି। ଏହାସହ ସର୍ବଦା ଅନ୍ୟକୁ ହୀନ ମନେ କରନ୍ତି।

ବହୁତ ବଡ କିମ୍ବା ବହୁତ ଛୋଟ ନାକ ଥିବା ବ୍ୟକ୍ତିମାନେ ଅଳ୍ପ ଧନୀ ହୋଇଥାଆନ୍ତି।

ନାକରେ ଛିଦ୍ର ହେବା ଅତ୍ୟନ୍ତ ଶୁଭ ଅଟେ।

ଯେଉଁମାନଙ୍କ ନାକର କଣା ଛୋଟ ହୋଇଥାଏ ସେମାନେ ଭାଗ୍ୟବାନ ଅଟନ୍ତି।

ନାକର କଣା ବଡ ଥିବା ବ୍ୟକ୍ତି ସର୍ବଦା ସୁସ୍ଥ ରହିଥାଆନ୍ତି।

ନାକ ଲମ୍ବା ଓ ପତଳା ଥିବା ବ୍ୟକ୍ତି ଅତ୍ୟନ୍ତ ଉତ୍ତମ ସ୍ବଭାବର ଅଟନ୍ତି।

ସୁନ୍ଦର ଓ ସମାନ ଛିଦ୍ର ନାକ ଥିବା ବ୍ୟକ୍ତିମାନେ ଭାଗ୍ୟବାନ ହୋଇଥାଆନ୍ତି।

ମୁହଁ ଅନୁଯାୟୀ ଲମ୍ବା ଥିବା ବ୍ୟକ୍ତିମାନେ ସୁନ୍ଦର ସ୍ତ୍ରୀ ପାଇଥାଆନ୍ତି। ଏହିପରି ନାକ ଥିବା ସ୍ତ୍ରୀମାନେ ନିଜ ଜୀବନ ରାଣୀ ପରି ଅତିବାହିତ କରିଥାଆନ୍ତି।

ଯେଉଁମାନଙ୍କ ନାକ ଉପରେ କଳା ଜାଈ ରହିଥାଏ ସେମାନେ ଖରାପ ସ୍ବଭାବର ହୋଇ ଥାଆନ୍ତି।

ନାକ ଫୁଲି କରି ଯେଉଁମାନଙ୍କର ରହୁଥାଏ ସେମାନେ ଚୁଗୁଲିଆ ନୀତିର ହୋଇଥାଆନ୍ତି। ଅନ୍ୟମାନଙ୍କ ଦୁଃଖ ଦେଖିବାକୁ ସେମାନଙ୍କୁ ଭଲ ଲାଗିଥାଏ। ଏହାସହ ଭୁଲ କଥା ନେଇ ଅନ୍ୟମାନଙ୍କ ସହ ଝଗଡା କରିବା ପ୍ରକୃତିର ହୋଇ ଥାଆନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories