ଉତ୍ତର କୋରିଆର ୨୧ କମ୍ପାନୀ କଳା ତାଲିକାଭୁକ୍ତ

0

ନୂଆଦିଲ୍ଲୀ : ମିଳିତ ଜାତିସଂଘ ଉତ୍ତର କୋରିଆକୁ ଏକ ବଡ଼ ଝଟକା ଦେଇଛି। ମିଳିତ ଜାତିସଂଘର ନିୟମ ଉଲ୍ଲଙ୍ଘନ ପାଇଁ ସୁରକ୍ଷା ପରିଷଦ ଉତ୍ତର କୋରିଆର ୨୭ଟି ଜାହାଜ, ୨୧ଟି ନୌପରିବହନ (ଶିପିଂ) କମ୍ପାନୀ ଏବଂ ଜଣେ ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରିଛି । ପୟୋଙ୍ଗାୟଙ୍ଗରେ ବ୍ୟବସାୟ କରୁଥିବାରୁ କେତେକ ଚୀନ କମ୍ପାନୀଙ୍କ ବିରୋଧରେ ମଧ୍ୟ ସୁରକ୍ଷା ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଜାରି କଳାତାଲିକାରେ ଉତ୍ତର କୋରିଆସ୍ଥିତ ୧୬ଟି କମ୍ପାନୀ, ହଂକଂ ପଞ୍ଜିକୃତ ୫ କମ୍ପାନୀ, ଚୀନର ୨ଟି କମ୍ପାନୀ, ତାଇୱାନର ୨ଟି, ପାନାମା ଏବଂ ସିଙ୍ଗାପୁରର ଗୋଟିଏ ଲେଖାଏଁ କମ୍ପାନୀ ଅଛନ୍ତି । ମିଳିତ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ନିକ୍କି ହେଲି କହିଛନ୍ତି ଯେ ଉତ୍ତର କୋରିଆ ଉପରେ ଚାପ ବୃଦ୍ଧି ପାଇଁ ଆନ୍ତର୍ଜାତିକ ସମୂଦାୟ ଏକାଠି ହୋଇଥିବା ଏଥିରୁ ସ୍ପଷ୍ଟ ସଂକେତ ମିଳିଛି । ତୈଳ ଏବଂ କୋଇଲା ଭଳି ପଣ୍ୟଦ୍ରବ୍ୟର ସମୁଦ୍ର ପଥରେ କଳାବେପାର କରୁଥିବାରୁ ଉତ୍ତର କୋରିଆକୁ କଳା ତାଲିକାଭୁକ୍ତ କରିବା ସହ ପ୍ରତିବନ୍ଧକ ଲଗାଇବାକୁ ମିଳିତ ଜାତିସଂଘରେ ଆମେରିକା ପ୍ରସ୍ତାବ ରଖିଥିଲା । ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ୨୦୦୬ ପରେ ଚୀନ କମ୍ପାନୀ ବିରୋଧରେ ଜାତସଂଘର ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ।

Leave A Reply