www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି ଚର୍ଚ୍ଚାରେ ଭାରତ-ପାକ୍‌ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ: ଯେ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନ ହୋଇଛି..

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଭାରତୀୟ ସେନା ଅଧିକାରୀ ଶହୀଦ ହେବା ପରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଭାରତରେ ସୀମାପାର ଆତଙ୍କବାଦ ଓ ଅନୁପ୍ରବେଶ ବନ୍ଦ ନ ହେବା ପର୍ଯନ୍ତ ପାକିସ୍ତାନ ସହ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳାଯିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ବିସିସିଆଇ ବହୁ ପୂର୍ବରୁ ଏନେଇ ନିଷ୍ପତ୍ତି ନେଇଥିଲା ଯେ, ପାକିସ୍ତାନ ସହ କୌଣସି ଦ୍ବିପାକ୍ଷିକ କ୍ରିକେଟ୍ ସମ୍ପର୍କ ସ୍ଥାପନ କରାଯିବ ନାହିଁ। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଖରାପ ସଂପର୍କ କାରଣରୁ ଗତ କିଛି ବର୍ଷ ହେଲା ଉଭୟ ଦଳ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ସ୍ଥଗିତ ରହିଛି। ଉଭୟ ଦଳ କେବଳ ଆଇସିସି ଏବଂ ମହାଦେଶୀୟ ପ୍ରତିଯୋଗିତାରେ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳୁଛନ୍ତି।  ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୬ରେ ଦ୍ୱିପାକ୍ଷିକ ସିରିଜ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲା

ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ‘‘ଖେଳ କଥା କହିବାକୁ ଗଲେ, ବିସିସିଆଇ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଯେପର୍ଯ୍ୟନ୍ତ ଭାରତରେ ସୀମାପାର ଆତଙ୍କବାଦ ଓ ଅନୁପ୍ରବେଶ ବନ୍ଦ ନ ହୋଇଛି ସେପର୍ଯ୍ୟନ୍ତ ପାକିସ୍ତାନ ସହ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳାଯିବ ନାହିଁ। ମୋତେ ଲାଗୁଛି ଏହା ଦେଶର ପ୍ରତ୍ୟେକ ସାଧାରଣ ନାଗରିକଙ୍କ ଭାବନା’’।

- Advertisement -

ଭାରତୀୟ ପୁରୁଷ କ୍ରିକେଟ୍ ଦଳ ବର୍ତ୍ତମାନ ଏସିଆ କପ୍ ଖେଳିବାକୁ ଶ୍ରୀଲଙ୍କାରେ ରହିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୨୨୮ ରନ୍‌ରେ ପରାସ୍ତ କରି ଧରାଶାୟୀ କରିଥିଲା। ଏସିଆ କପ୍ ୨୦୨୩ର ଆୟୋଜନ ସଂପୂର୍ଣ୍ଣଭାବେ ପାକିସ୍ତାନରେ ହେବାକୁ ଥିଲା, କିନ୍ତୁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ନଥିବା ଦର୍ଶାଇ କହିଛି ଯେ, ସେ ନିଜ ଦଳକୁ ପଠାଇ ପାରିବନାହିଁ। ଏହାର ପ୍ରତି ଜବାବରେ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ୍‌ ବର୍ଜ୍ଜନ କରିବାକୁ ଧମକ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି)।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories