www.samajalive.in
Friday, December 5, 2025
27.1 C
Bhubaneswar

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ

ସମାଜ ଡିଜିଟାଲ ଡେସ୍କ: ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ବୁଧବାର ଘୋଷଣା ହୋଇଛି ଓଡ଼ିଶା ଦଳ। ୧୮ ଜଣିଆ ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ। ଗୋବିନ୍ଦ ପୋଦାରଙ୍କୁ ମିଳିଛି ଅଧିନାୟକ ପଦ। ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଓସିଏ ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ।

ଉଭୟ ଯୁବ ଓ ଅଭିଜ୍ଞଙ୍କୁ ଦଳରେ ସ୍ଥାନ ମିଳିଛି। ଯଦି ବ୍ୟାଟିଂ ଟପ୍ ଅର୍ଡର ଉପରେ ନଜର ପକାଇବା ତେବେ ସ୍ୱସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଗୌରବ ଚୌଧୁରୀ, ପ୍ରବୀନ ଲୋହା, ରାକେଶ ପଟ୍ଟନାୟକ, କାର୍ତ୍ତିକ ବିଶ୍ୱାଳଙ୍କ ଭଳି ବ୍ୟାଟର ଦଳରେ ରହିଛନ୍ତି। ସେହିପରି ବୋଲିଂ ଲାଇନ ଅପ୍ରେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରିଣୀ ସ, ହର୍ଷିତ ରାଠୋଡ଼ ପ୍ରମୁଖ ଦଳରେ ରହିଛନ୍ତି। ଦଳରେ ୫ ଜଣ ନୂଆ ମୁହଁକୁ ସ୍ଥାନ ଦେଇଛି ଓସିଏ ଚୟନ କମିଟି। ଶୁଭମ ଶତ୍ରୁଜିତ, ସମ୍ବିତ କୁମାର ବରାଳ, ପ୍ରଦୀପ ପ୍ରଧାନ, ଜମଲା ଭଂଜନ ମହାପାତ୍ର ଓ ଅଂଶୁମାନ ବେଜ।

- Advertisement -

ବିସିସିଆଇ ଘରୋଇ ସିଜିନର ଟି-୨୦ ଫର୍ମାଟର ମେଗା ଟୁର୍ଣ୍ଣାମେଣ୍ଟ ହେଉଛି ମୁସ୍ତାକ ଅଲି ଟ୍ରଫି। ଆସନ୍ତା ୨୩ ତାରିଖରୁ ବିଦର୍ଭ ବିପକ୍ଷରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ ଖେଳିବ। ଏହାପରେ ରେଲୱେ, ପଣ୍ଡିଚେରି, ଛତିଶଗଡ଼, ଆସାମ ଓ ଚଣ୍ଡୀଗଡ଼ ବିପକ୍ଷରେ ଖେଳିବ ଓଡ଼ିଶା। ତେବେ ଏହି ଟିମ୍ ଚୟନ ପୂର୍ବରୁ ଓଡ଼ିଶା ଅନେକ ଅଭ୍ୟାସ ମ୍ୟାଚ ଖେଳିଛି। ବିଭିନ୍ନ ଗ୍ରାଉଣ୍ଡରେ ହୋଇଥିବା କ୍ୟାମ୍ପରୁ ହିଁ ଟିମ୍ ଚୟନ କରଯାଇଛି। ଯୁବ ଓ ଅଭିଜ୍ଞ ମିଶ୍ରିତ ଏହି ଦଳ ନିଶ୍ଚୟ ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ ଓ ଚୟନ କମିଟି ମୁଖ୍ୟ ଅମୀୟ ରାଏ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories