www.samajalive.in
Friday, December 5, 2025
26.1 C
Bhubaneswar

ପରମାଣୁ ଯୁଦ୍ଧ ହେଲେ… ବରଫ ପିଣ୍ଡରେ ପରିଣତ ହୋଇଯିବ ପୃଥିବୀ

ସମାଜ ଡିଜିଟାଲ ଡେସ୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଏବେ ସବୁଠୁ ବଡ଼ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି। ଆମେରିକାର ଏହାର ଦୂରଗାମୀ କ୍ଷେପଣାସ୍ତ୍ର ରୁଷ ବିରୋଧରେ ବ୍ୟବହାର ପାଇଁ ୟୁକ୍ରେନକୁ ଅନୁମତି ଦେବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ୟୁକ୍ରେନ ବି ଏହାର ଫାଇଦା ଉଠାଇ ରୁଷ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ପରିସ୍ଥିତିରେ ରୁଷ ଏହାର ପରମାଣୁ ନୀତିରେ ପରିବର୍ତ୍ତନ କରି ନୂଆ ନୀତି ଆପଣାଇଛି। ନୂଆ ପରମାଣୁ ନୀତିର ଅର୍ଥ ହେଉଛି, ଯଦି ଆମେରିକା କିମ୍ବା କୌଣସି ନାଟୋ ଦେଶର କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଏ ତେବେ ତାହାର ଜବାବ ରୁଷ ପରମାଣୁ ଅସ୍ତ୍ରରେ ଦେଇପାରିବ। ଫଳରେ ବର୍ତ୍ତମାନ କେବଳ ପରମାଣୁ ଆକ୍ରମଣର ବିପଦ ନୁହେଁ, ବରଂ ୩ୟ ବିଶ୍ଵଯୁଦ୍ଧର ଆଶଙ୍କା ମଧ୍ୟ ବଢ଼ିଯାଇଛି।

ତେବେ ପରମାଣୁ ଯୁଦ୍ଧ ହେଲେ ତାହାର ଭୟାବହତା କ’ଣ ହେବ ତାହା କଳ୍ପନା କରିବା ମୁସ୍କିଲ। ପରିସ୍ଥିତି କେବଳ ବିଧ୍ବଂସକାରୀ ହେବ। ୨୦୧୭ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ସୁଇଜରଲାଣ୍ଡର ଏକ ସଂସ୍ଥା ଇଣ୍ଟରନ୍ୟାସନାଲ କ୍ୟାମ୍ପେନ ଟୁ ଆବୋଲିଶ ନ୍ୟୁକ୍ଲିୟର ଓ୍ବିପନ(ଆଇସିଏଏନ) ମୁତାବକ, ଗୋଟିଏ ପରମାଣୁ ବୋମାର ଝଟ୍‌କାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ। ଯଦି ୧୦ଟି କିମ୍ବା ଶତାଧିକ ପରମାଣୁ ବୋମା ଯୁଦ୍ଧରେ ବ୍ୟବହାର ହୁଏ ତେବେ କେବଳ କୋଟି କୋଟି ଲୋକଙ୍କ ମୃତ୍ୟୁ ହେବନି, ସାରା ପୃଥିବୀର ଜଳବାୟୁ ବିଗିଡ଼ିଯିବ। ଯଦି ଆମେରିକା ଏବଂ ରୁଷ ମଧ୍ୟରେ ପରମାଣୁ ଆକ୍ରମଣ ଆରମ୍ଭ ହୁଏ ଏବଂ ୫୦୦ ପରମାଣ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ, ତେବେ ଅଧ ଘଣ୍ଟା ମଧ୍ୟରେ ୧୦ କୋଟି ଲୋକଙ୍କ ଜୀବନ ଚାଲିଯିବ। ବିଶ୍ଵରେ ମହଜୁଦ ରହିଥିବା ପରମାଣୁ ଅସ୍ତ୍ରର ଯଦି ୧ ପ୍ରତିଶତ ବି ବ୍ୟବହାର କରାଯାଏ ତେବେ ୨ ଶହ କୋଟି ଲୋଙ୍କ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ। ଏହା ସହିତ ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ବ୍ୟବସ୍ଥା ନଷ୍ଟ ହୋଇଯିବ। ଆହତମାନଙ୍କୁ ଚିକିତ୍ସା ମିଳିପାରିବ ନାହିଁ।

- Advertisement -

ଆଇସିଏଏନ ଅନୁସାରେ, ପରମାଣ ଯୁଦ୍ଧ ହେଲେ ପୃଥିବୀର ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଇବ। କାରଣ ଏଥିରୁ ଯେଉଁ ଧୂଆ ବାହାରିବ ତାହା ପୃଥିବୀ ପୃଷ୍ଠରେ ଜମିଯିବ। ଏପରି ହେଲେ ୧୦ପ୍ରତିଶତ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡ଼ିବ ନାହିଁ। ଯୁଦ୍ଧରେ ବିଶ୍ଵବ୍ୟାପୀ ରହିଥିବା ସମସ୍ତ ପରମାଣୁ ଅସ୍ତ୍ର ବ୍ୟବହାର କରାଗଲେ ୧୫୦ ନିୟୁତ ଟନ ଧୂଆଁ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ଜମିଯିବ। ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ନାହିଁ। ବିଶ୍ଵବ୍ୟାପୀ ବର୍ଷା ପରିମାଣ ୪୫ ପ୍ରତିଶ୍ରତ ହ୍ରାସ ପାଇବ। ଫଳରେ ପୃଥିବୀ ପୃଷ୍ଠର ତାପମାତ୍ରା ବିଯୁକ୍ତ(-) ୭/୮ ଡିଗ୍ରୀ ସେଲସିୟସକୁ ଖସିଆସିବ। ୧୮ ହଜାର ବର୍ଷ ପୂର୍ବେ ଯେତେବେଳେ ହିମ ଯୁଗ ଥିଲା, ସେତେବେଳେ ତାପମାତ୍ରା ବିଯୁକ୍ତ(-) ୫ ଡିଗ୍ରୀ ସେଲସିୟସ ରହିଥିଲା। ଅର୍ଥାତ ସାରା ବିଶ୍ଵକୁ ପରମାଣୁ ଯୁଦ୍ଧ ବ୍ୟାପିଲେ ପୃଥିବୀ ୧୮ ହଜାର ବର୍ଷ ପଛକୁ ଚାଲିଯିବ। ସାରା ବିଶ୍ବ ଏକ ବରଫ ପିଣ୍ଡରେ ପରିଣତ ହୋଇଯିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories