www.samajalive.in
Monday, December 15, 2025
16.1 C
Bhubaneswar

ବିହାରରେ ମହିଳାଙ୍କୁ ଚାକିରିରେ ୩୫% ସଂରକ୍ଷଣ ସୁବିଧା

ପାଟନା : ବିହାର ସରକାର ରାଜ୍ୟର ମହିଳାଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ୩୫% ସଂରକ୍ଷଣ ସୁବିଧା କରିଛନ୍ତି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ମହିଳାଙ୍କ ପାଇଁ ବଡ ବିଜୟ ଆଣିଦେଇଛି। ଚଳିତବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟ ସରକାର ମହିଳାଙ୍କୁ ଆକୃଷ୍ଟ କରିବା ଲାଗି ଏପରି ବଡ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସଂରକ୍ଷଣ ସୁବିଧା କେବଳ ବିହାରରେ ସ୍ଥାୟୀ ବସବାସ କରୁଥିବା ମହିଳାଙ୍କ ପାଇଁ ଲାଗୁ ହେବ। ଅର୍ଥାତ୍ ଅନ୍ୟ ରାଜ୍ୟର ମହିଳା ବିହାର ସରକାରୀ ଚାକିରି ଲାଗି ଏହି ସଂରକ୍ଷଣ ସୁବିଧା ପାଇବେ ନାହିଁ। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ରେ ୪୩ଟି ପ୍ରସ୍ତାବ ଗୃହୀତ ହୋଇଥିବାବେ​‌େ​‌ଳ ଏହା ମଧ୍ୟରେ ପ୍ରମୁଖ ପ୍ରସ୍ତାବ ହେଉଛି ମହିଳାଙ୍କ ପାଇଁ ସଂରକ୍ଷଣ ସୁବିଧା। ତେବେ ଏହି ସଂରକ୍ଷଣ ସୁବିଧା ପାଇଁ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ। ଆଜିର କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ନୀତୀଶ କୁମାର ସୋସିଆଲ ମିଡିଆ ଏକ୍ସର ଏକ ପୋଷ୍ଟରେ ଘୋଷଣା କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories