www.samajalive.in
Sunday, December 14, 2025
26.1 C
Bhubaneswar

ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି, ଆଲୋଚନାରୁ ବାହାରିନି ନିଷ୍କର୍ସ

ସମାଜ ଡିଜିଟାଲ ଡେସ୍କ: ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ । ଫଳରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନରତ ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ୪ଘଣ୍ଟା ଧରି ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେମାନଙ୍କ ଦାବି ଉପରେ ଆଲୋଚନା ହୋଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ବିଭିନ୍ନ ଶିଳ୍ପରେ ଡ୍ରାଇଭରଙ୍କୁ ନିଯୁକ୍ତି ଏବଂ ରାଜ୍ୟ ରାଜପଥରେ ସେମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରିବା ଦିଗରେ ଆଲୋଚନା ହୋଇଛି । ବୈଠକରେ କିନ୍ତୁ ଡ୍ରାଇଭର ମହାସଂଘର ସଭାପତି ଯୋଗ ଦେଇନଥିଲେ । ତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସଂଘ କହିଛି ।

୭ଦଫା ଦାବି ନେଇ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି ଡ୍ରାଇଭର ମହାସଂଘ । ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ ଲାଗି ଦାବି ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories