ହଂକଂରେ ଲୁଚିଛି ନିରବ ମୋଦି!

0

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମହାଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ହଂକଂରେ ଲୁଚି ରହିଥିବା ସୂଚନା ମିଳିଛି । କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ନିରବ ମୋଦିଙ୍କୁ ସାମୟିକ ଭାବେ ଗରଫ କରିବାକୁ ହଂକଂ ସରକାରଙ୍କୁ ଅନୁରୋଧ କରିଛି । ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ବିଦେଶ ରାଷ୍ଟ୍ର ମାନ୍ତ୍ରୀ ଭିକେ ସିଂହ ଏହି ସୂଚନା ଦେଇଛନ୍ତି । ପିଏନ୍‌ବି ୧୪,୪୦୦ କୋଟି ଟଙ୍କା ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ହଂକଂରେ ଟ୍ରାକ୍‌ କରାଯାଇଛି । ତାଙ୍କୁ ଶେଷ ଥର ଆମେରିକାର ନ୍ୟୁୟର୍କରେ ଟ୍ରାକ୍‌ କରାଯାଇଥିଲା ବୋଲି ପ୍ରଚାର ହୋଇଥିଲା । ନିରବ ହଂକଂରେ ଥିବା ନେଇ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ମାର୍ଚ୍ଚ ୨୩ରେ ତାଙ୍କୁ ଅସ୍ଥାୟୀ ରୂପେ ଗିରଫ କରିବାକୁ ହଂକଂ ସରକାରଙ୍କୁ ଅନୁରୋଧ କରାଯାଇଛି । ନିରବ ମୋଦି ଓ ତାଙ୍କ ପରିବାରଙ୍କୁ ଧରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଇଣ୍ଟରପୋଲର ସହାୟତା ଲୋଡିଛି । ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ନିରବ ମୋଦି ସପାରିବାରେ ଦେଶ ଛାଡ଼ି ଫେରାର ହୋଇଯାଇଛନ୍ତି । ନିରବ ମୋଦି ଫେରାର ହେବାର କିଛି ସପ୍ତାହ ପରେ ମହାଠକେଇ ନେଇ ସିବିଆଇକୁ ଅବଗତ କରାଯାଇଥିଲା । ଏହାପରଠାରୁ ସିବିଆଇ ଏହି ମାମଲାର ତଦନ୍ତ କରୁଛି । ତିନି ମାସରୁ ଅଧିକ ଦିନ ବିତିଯାଇଥିଲେ ବି ନରିବ ମୋଦିଙ୍କ ପତ୍ତା ମିଳିନାହିଁ ।

Leave A Reply