ନିପା ଭୂତାଣୁ ସଂକ୍ରମଣ: ୪ ଡାକ୍ତର ଓ ନର୍ସଙ୍କୁ ଛୁଟିରେ ଯିବାକୁ କୁହାଗଲା

0

କୋଝିକୋଡ : ନିପା ଭୂତାଣୁ ଭୟକୁ ନେଇ ବାଲୁସେରି ସଦର ହସ୍ପିଟାଲର ୪ ଡାକ୍ତର, ନର୍ସଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଛୁଟିରେ ଯିବାକୁ କୁହାଯାଇଛି। ନିପା ଭୂତାଣୁ ସଂକ୍ରମିତ ଦୁଇଜଣ ରୋଗୀ ଏହି ସଦର ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଯେଉଁମାନଙ୍କର ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଥିଲା। ବାଲୁସେରି ସଦସ୍ୟ ହସ୍ପିଟାଲରେ ଦୁଇଜଣ ରୋଗୀ ଚିକିତ୍ସିତ ହେବା ପରେ ସେମାନଙ୍କୁ କୋଝିକୋଡ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେମାନଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ବାଲୁସେରି ସଦର ହସ୍ପିଟାଲର ୪ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ସେମାନେ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କାରେ ଛୁଟିରେ ଯିବାକୁ କୁହାଯାଇଥିବା ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ସ୍ୱାସ୍ଥ୍ୟ କର୍ମଚାରୀମାନେ ସେବା ଜାରି ରଖିଲେ ଅନ୍ୟମାନେ ଭୂତାଣୁର ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଛୁଟିରେ ଯିବାକୁ କୁହାଯାଇଛି। ନିପା ଭୂତାଣୁ ଯୋଗୁଁ କେରଳରେ ୧୭ଜଣଙ୍କର ମୃତ୍ୟୁ ହେଲାଣି। ଆହୁରି ୧୮ଜଣଙ୍କ ଠାରେ ନିପା ଭୂତାଣୁ ରହିଥିବା ପରୀକ୍ଷାରୁ ଜଣାଯାଇଛି।

Leave A Reply