ପ୍ରତାପଙ୍କ ଚାଳ ଛପର ଘରେ ମଧ୍ୟାହ୍ନ ଭୋଜନ ଖାଇଲେ ଅଶ୍ୱିନୀ

କଦଳୀ ପତ୍ରରେ ପରସା ଗଲା ଫୁଟୁଗୁଡ଼ି ପତୁଆ-ପୋଡ଼ପିଠା

prayash

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିରେ ନୂତନ ରେଳ ଷ୍ଟେସନ ନିର୍ମାଣ କରାଯିବା ଏବଂ ଏଠାରେ ରେଳ ଚଳାଚଳ କରିବା ଉଦେଶ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ନୀଳଗିରିସ୍ଥିତ ଗୋପୀନାଥପୁରଠାରେ ରେଳରେ ପହଞ୍ଚି ନୂତନ ଷ୍ଟେସନର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ୧୦ହଜାରରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିଲା। ଫକୀର ମୋହନଙ୍କ ମାଟି ବାଲେଶ୍ୱରରେ ୨୦ବର୍ଷ ତଳୁ ଜିଲାପାଳଭାବେ କାର୍ଯ୍ୟ କରିଥିଲି ଏବଂ ଦୀର୍ଘ ୨୦ବର୍ଷ ପରେ ଏଠାରେ ପୁଣିଥରେ ସେବା କରିବାର ସୁଯୋଗ ପାଇଛି ଓ ବାଲେଶ୍ୱର ବିକାଶ ନିଶ୍ଚିତ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଭା ସରୁ ସରୁ ସାଢ଼େ ୪ଟା ହୋଇଯାଇଥାଏ। ସେତେବେଳେ ସମସ୍ତଙ୍କ ପେଟ ଭୋକରେ କଁ କଁ ଡାକୁଥାଏ। ପୂର୍ବ ପ୍ରସ୍ତୁତି ହୋଇଥିବାରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଞ୍ଚରୁ ଓହ୍ଲାଇ ସିଧାସଳଖ ନୀଳଗିରି ବ୍ଲକ ଗୋପୀନାଥପୁରସ୍ଥିତ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନ ଆଡ଼କୁ ମୁହାଁଇଥିଲେ।

ପ୍ରତାପଙ୍କ ଚାଳ ଛପର ମାଟିଘରେ ପଡ଼ିଥିବା ଆସନରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ। ପ୍ରତାପଙ୍କ ପରିବାର ପକ୍ଷରୁ ଖିଚିଡ଼ି, କାନିକା ଭାତ, ଫୁଟୁଗୁଡ଼ି ପତୁଆ, ସୁଜିମଣ୍ଡା, ପୋଡ଼ପିଠା, କ୍ଷୀରି, ମଞ୍ଜା ବରା, ବଡ଼ିଚୁରା, ବୋଇତାଳୁ ଫୁଲ ବରା, ଜହ୍ନିପୋସ୍ତ ପତୁଆ, ପଣସ ତରକାରୀ, କଦଳୀ ଚୋପା ପତୁଆ ପ୍ରଭୃତି ୨୦/୨୨ପ୍ରକାର ବ୍ୟଞ୍ଜନ କରାଯାଇଥିଲା। ରେଳମନ୍ତ୍ରୀ ଆସନରେ ବସିବା ପରେ କଦଳୀ ପତ୍ର ଉପରେ ସମସ୍ତ ଖାଦ୍ୟ ପରସା ଯାଇଥିଲା। ତେବେ ଏଭଳି ଖାଦ୍ୟ ଭାଗ୍ୟରେ ଥିଲେ ମିଳେ ଏବଂ ଏହା ସ୍ନେହ ଓ ଶ୍ରଦ୍ଧାର ଖାଦ୍ୟ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି।

kalyan agarbati

Comments are closed.