ଗଞ୍ଜାମ ଜିଲାପାଳ ଦେବେ ୫ ଲକ୍ଷ ଟଙ୍କା ଜୋରିମାନା

0

ବ୍ରହ୍ମପୁର: ଗଞ୍ଜାମ ଜିଲାପାଳଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍(ଏନ୍‍ଜିଟି)। ଏଥିସହିତ ଅବକାରୀ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ସମ ପରିମାଣର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ଏନ୍‍ଜିଟି। ବେଆଇନ୍‍ ମଦ ଭାଟି ଓ କାରବାର ବନ୍ଦ କରିବା ପାଇଁ ବିହିତ ପଦକ୍ଷେପ ନେଇ ନଥିବାରୁ ଜୋରିମାନା ଧାର୍ଯ୍ୟ କରାଯାଇଛି। ଜିଲାରେ ୭୯ଟି ବେଆଇନ୍‍ ମଦ ଉତ୍ପାଦନ କେନ୍ଦ୍ର ଓ କାରବାର ବନ୍ଦ କରିବାକୁ ୨୦୧୬ରେ ୭ଟି ମାମଲା ଏନ୍‍ଜିଟିଙ୍କ ନିକଟରେ ରୁଜୁ କରାଯାଇଥିଲା। ମାମଲାର ଶୁଣାଣି କରି ସେଗୁଡ଼ିକୁ ବନ୍ଦ କରିବା ପାଇଁ ଏନ୍‍ଜିଟି ଗତ ବର୍ଷ ଜୁନ୍‍ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲାପାଳଙ୍କୁ ନିର୍ଦେଶ ଦେବା ସହିତ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦେଶ ଦେଇଥିଲେ। କିନ୍ତୁ ମଦ ଭାଟି ବନ୍ଦ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସହଯୋଗ କରୁ ନ ଥିବା ପ୍ରଦୂଷଣ ବୋର୍ଡ ଆଇନ୍‍ ଅଧିକାରୀ ସତ୍ୟପାଠରେ ଉଲ୍ଲେଖ କରିଥିଲେ। ଏହି ଘଟଣା ପରେ ୨୦୧୭, ଡିସେମ୍ବର ୫ ତାରିଖରେ ଏନ୍‍ଜିଟି କ୍ଷୋଭ ପ୍ରକାଶ କରିଥିଲେ। ବାୟୁ ଓ ଜଳ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ନ ପାଇବା ପର୍ଯ୍ୟନ୍ତ ମଦ ଭାଟି ଆରମ୍ଭ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି। କିନ୍ତୁ ଉକ୍ତ ମଦ ଭାଟିଗୁଡ଼ିକ ଅବକାରୀ ବିଭାଗର ଅନୁମତି ପରେ କାରବାର ଆରମ୍ଭ କରିଥିଲେ।

Leave A Reply