www.samajalive.in
Monday, December 8, 2025
16.1 C
Bhubaneswar

କୃଷକଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନରେ ପାଣି ପଂଚାୟତ ପକ୍ଷ କରିଥାଏ ସୁଯୋଗ ପ୍ରଦାନ

ଭୁବନେଶ୍ଵର: ଗତ ଜାନୁଆରୀ ୧୬ ତାରିଖରେ ରାଜ୍ୟର ଜଳ ସମ୍ପଦ ବିଭାଗ ଅନ୍ତର୍ଗତ ୧୧୭ଟି ଜଳସେଚନ ଡିଭିଜନରେ ପାଣି ପଞ୍ଚାୟତ ପକ୍ଷ, ୨୦୨୪ ପାଳନରଶୁଭାରମ୍ଭ ପରେ ଏବେ ଆସନ୍ତା କାଲି ଜାନୁଆରୀ ୨୪ ତାରିଖରେ ରାଜ୍ୟର ୩୦ଟି ଜିଲ୍ଲାରେ ଏହି ସମାରୋହ ପାଳନ ପାଇଁ ଦ୍ୱିତୀୟ ପର୍ୟ୍ୟାୟରେ ପହଞ୍ଚିଛି।ରାଜ୍ୟରେ ଜଳସଂପଦ ବିଭାଗ ଆନୁକୂଲ୍ୟରେ ଜାନୁଆରୀ ୧୬ରୁ ଜାନୁଆରୀ୩୦ ତାରିଖ ପର୍ୟ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୪ପାଳନ କରାଯାଉଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବାରେ ପାଣି ପଂଚାୟତ ପକ୍ଷ ସୁଯୋଗ ପ୍ରଦାନ କରିଥାଏ ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ପୁରସ୍କୃତ କରାଯିବ । ସେହିପରି ଡିଭିଜନ ସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିତାର ମଡେଲ ପ୍ରଦର୍ଶନୀ; ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜଳର ସାମାଜିକ ବ୍ୟବହାରିକ ପରିବର୍ତ୍ତନ ଆଦି ସଂପର୍କିତ କାର୍ୟ୍ୟକ୍ରମକୁ ନେଇ ପ୍ରଦର୍ଶନୀ, ପାଣି ପଂଚାୟତ ରଥ ପରିଭ୍ରମଣ ଜରିଆରେ ସୂଚନା ପ୍ରଦାନ ଓ ସଚେତନତା ବାର୍ତ୍ତା ଆଦିର ପ୍ରଚାର ପ୍ରସାର ବ୍ୟାପକ ଭାବେ କରାଯାଉଛି । ପୁସ୍ତିକା ବଣ୍ଟନ, ବ୍ୟାନର ଓ ଲୋଗୋ ପ୍ରଦର୍ଶନ, ସ୍ଲୋଗାନ, ଟ୍ୟାଗ୍ ଲାଇନ୍ ବ୍ୟବହାର ସହ, ସଙ୍ଗୀତ, ଶପଥ ପାଠ ଇତ୍ୟାଦି କାର୍ୟ୍ୟକ୍ରମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

- Advertisement -

ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳକ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପାଣି ପଞ୍ଚାୟତ ସଭ୍ୟ, କୃଷକ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନଙ୍କୁ ସଚେତନ କରିବା ସହ ଜଳ ପରିଚାଳନା, ଭାଗିଦାରୀ ଜଳସେଚନ ପରିଚାଳନା ଏବଂ ତୃଣମୂଳ ସ୍ତରରେ ସମାନତା ସୁନିଶ୍ଚିତ କରିବା କ୍ଷେତ୍ରରେ ପଞ୍ଚାୟତଗୁଡ଼ିକରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଉଛି।

ସୂଚନା ଶିକ୍ଷା ଯୋଗାଯୋଗ ସାମାଜିକ ବ୍ୟବହାର ପରିବର୍ତ୍ତନ ଯୋଗାଯୋଗ ସାମଗ୍ରୀ ଏବଂ ଦୃଶ୍ୟ- ଶ୍ରାବ୍ୟ ବ୍ୟବସ୍ଥା ସହିତ ପାଣି ପଞ୍ଚାୟତ ରଥ ଗୁଡ଼ିକ ଜିଲ୍ଲାର ପ୍ରକଳ୍ପ, ଡିଭିଜନ୍ ଏବଂ ପ୍ରମୁଖ ସ୍ଥାନଗୁଡ଼ିକୁ ପରିକ୍ରମା କରିବା ପରେ ଆସନ୍ତା କାଲି ଜାନୁଆରି ୨୪ ତାରିଖ ସୁଦ୍ଧା ଜିଲ୍ଲା ସଦର ମହକୁମାକୁ ଫେରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories