– ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ
– ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ
– ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ, ସେ ୨ ଘଣ୍ଟା ଧରି ଆମ୍ବୁଲାନ୍ସ ଅଟକାଇ ଥିଲା
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୋଭିଡ ଉପରେ ରାଜନୀତି କରାଯିବା ଉଚିତ ନୁହେଁ। ସମଗ୍ର ମାନବ ଜାତି ଏହାର ମୁକାବିଲା ଦିଗରେ ମିଳିମିଶି କାର୍ଯ୍ୟ କରିବା ଉଚିତ।
– ଶ୍ରୀ ମୋଦି କହିଛନ୍ତି, ବିଗତ ଶହେ ବର୍ଷ ଧରି ମାନବ ଜାତି ଏଭଳି ଏକ ବିଶ୍ୱବ୍ୟାପି ରୋଗ ଦେଖି ନ ଥିଲା। ତେବେ ଏହାର ମୁକାବିଲା ଲାଗି ସମଗ୍ର ଦେଶରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଉଦ୍ୟମ କରାଯାଉଛି।
– ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଓ ଜନସଂଖ୍ୟାଜନିତ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ମୁକାବିଲା କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଆହ୍ୱାନ ଦେଇଛନ୍ତି।
– ଆଜି ଦେଶରେ ୪୨ ହଜାର ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୬ ହଜାର ୯୭୭ ସୁସ୍ଥ ଓ ୩ ହଜାର ୯୯୮ ମୃତ
– ଦେଶରେ ଆଜି ସୁଦ୍ଧା କରୋନା ଟୀକା ନେଲେଣି ୪୧ କୋଟି ୫୪ ଲକ୍ଷ ୭୨ ହଜାର ୪୫୫, ଆଜି ଟୀକା ନେଇଛନ୍ତି ୩୪ ଲକ୍ଷ ୨୫ ହଜାର ୪୪୬
– ରାଜ୍ୟରେ ଆଜି ସୁଦ୍ଧା କରୋନା ଟୀକା ନେଲେଣି ୧ କୋଟି ୪୭ ଲକ୍ଷ ୯୧ ହଜାର ୭୮, ଆଜି ଟୀକା ନେଇଛନ୍ତି ୨ ଲକ୍ଷ ୧୭ ହଜାର ୮୫୭
– ରାଜ୍ୟରେ ଗୋଟିଏ ଦିନରେ ୧ ହଜାର ୯୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ଅଣସ୍ତରି ମୃତ
– ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧ ହଜାର ୯୪୩ ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୬ ହଜାର ୯୫୦କୁ ବୃଦ୍ଧି
– ଆଜି ଦ୍ୱାଦଶୀ ତିଥିରେ ପାରମ୍ପରିକ ରୀତି ମତେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ତିନି ରଥ ଉପରେ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି।
– ସୁନାବେଶ ଲାଗି ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ମାର୍କେଟ ଛକ, କାକୁଡ଼ିଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
– ନୂତନ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
– ବାଲେଶ୍ୱର ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ନୂତନ ପିଢ଼ିର କ୍ଷେପଣାସ୍ତ୍ର ଆକାଶର ସଫଳ ପରୀକ୍ଷଣ କରାଯାଇଛି।
– ରାଜ୍ୟ ସରକାର କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ଜୁନ୍ ୧୭ ତାରିଖରୁ ଏକ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜ୍ଗୁଡ଼ିକୁ ପଠାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କହିଛନ୍ତି।
– କରୋନା ମୁକାବିଲା ପାଇଁ ଡିଏମ୍ଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି କରୋନାର ଦ୍ୱିତୀୟ ଲହର ସମୟରେ ସରକାରଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
– ଆଜି ତ୍ୟାଗ ଓ ସମର୍ପଣର ପର୍ବ ଉଦ୍-ଉଲ୍-ଜୁହା ରାଜ୍ୟବ୍ୟାପୀ ପାଳିତ ହେଉଛି। କୋଭିଡ୍ କଟକଣା ଯୋଗୁଁ ଏହି ପର୍ବକୁ ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ରହି ପାଳନ କରୁଛନ୍ତି।


