ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର Less than 1 min.Read ରାତି ୧୦ଟା- ମୁଖ୍ୟ ଖବର By samajalive 1 July, 2021 10:02 PM FacebookTwitterPinterestWhatsAppLinkedinReddIt –ଜୁଲାଇ ୩୦ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା, ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ ପରୀକ୍ଷା –ଚଳିତ ବର୍ଷ ଜୁନ ମାସରେ ୮୫୮କୋଟି ଜିଏସଟି ଆଦାୟ, ପେଟ୍ରୋଲ ଓ ମଦ ଉପରେ ଚଳିତ ବର୍ଷ ୭୦୯କୋଟି ୩୨ଲକ୍ଷ ଭାଟ ଆଦାୟ -‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଏହି ଅବସରରେ ଶ୍ରୀ ମେଦୀ କହିଛନ୍ତି : -ଡିଜିଟାଲ ମାଧ୍ୟମରେ ସଶକ୍ତ ଯୁବକ ଏହି ଦଶନ୍ଧିକୁ ‘ଭାରତର ଡେକେଡ୍’ରେ ପରିଣତ କରିବେ -ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର -ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଦ୍ରୁତ ଲାଭ, ସମ୍ପୂର୍ଣ୍ଣ ଲାଭ, ଡିଜିଟାଲ ଇଣ୍ଡିଆର ଅର୍ଥ ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ -କରୋନା କାଳରେ ଭାରତର ଡିଜିଟାଲ ସମାଧାନ ସାରା ବିଶ୍ବର ଧ୍ୟାନ ଆକର୍ଷଣ କରିଛି : ପ୍ରଧାନମନ୍ତ୍ରୀ -୧୦ କୋଟିରୁ ଊର୍ଦ୍ଧ୍ବ ପରିବାରଙ୍କ ଆକାଉଣ୍ଟରେ ଜମା ହୋଇଛି ୧.୩୫ ଲକ୍ଷ କୋଟି : ପ୍ରଧାନମନ୍ତ୍ରୀ -ଏକ ରାଷ୍ଟ୍ର-ଏକ ଏମଏସପି ଭାବନାକୁ ବାସ୍ତବ ରୂପ ଦେଇଛି ଡିଜିଟାଲ ଇଣ୍ଡିଆ : ପ୍ରଧାନମନ୍ତ୍ରୀ –ପେଟ୍ରୋଲରୁ ୫୮୫.୪୯ କୋଟି ଓ ମଦରୁ ୧୨୩କୋଟି ୮୨ଲକ୍ଷ ଆଦାୟ –ମାତିଛନ୍ତି ସାଇବାର ଲୁଟେରା: ଜୁନ ମାସରେ ୧କୋଟି ୫୩ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି ସାଇବର ଠକ। କେବଳ ଭୁବନେଶ୍ବରରୁ ଲୁଟିଛନ୍ତି।୮୩ଲକ୍ଷ ଟଙ୍କାରୁ ଅଧିକ। ଲୁଟ ଅର୍ଥରୁ ମାତ୍ର ୧୬ଲକ୍ଷରୁ ଅଧିକ ଟଙ୍କା କରାଯାଇଛି ବ୍ଲକ। –ଜୁନମାସରେ ୪୬୩ଟି ଠକେଇ ନେଇ ସାଇବର ସେଲକୁ ଫୋନ। ୨୨୯ଟି ଭୁବନେଶ୍ବରରୁ ଏବଂ ୨୩୪ଟି କଲ ରାଜଧାନୀ ବାହାରୁ ଆସିଛି। –ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ଆସନ୍ତା କାଲି ଆସିପାରେ ପ୍ରାୟ ଆଉ ୧୦ ଲକ୍ଷ ଟିକା –ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲିଧର ଗୁରୁବାର ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଉଦଘାଟନ କରିଛନ୍ତି –ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବର ଏମ୍ସରେ କାର୍ୟ୍ୟକ୍ଷମ ହେବ ଏକମୋ ମେସିନ, ଖୁବ ଶୀଘ୍ର ଆସିବ ଦ୍ବିତୀୟ ଏକମୋ ମେସିନ –ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ –ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବଜେଟ ୨ ଗୁଣା କରିଛୁ। ଡାକ୍ତରଙ୍କ ଉପରେ ଆକ୍ରମଣ ରୋକିବାକୁ କଡ଼ା ଆଇନ ହୋଇଛି,ଯୋଗକୁ ବୈଜ୍ଞାନିକ ପଦ୍ଧତିରେ ଆଗକୁ ନେବା ପାଇଁ ଆଇଏମ୍ଏକୁ ଆହ୍ବାନ –କୋଭିସିଲ୍ଡ ଟିକାକୁ ଗ୍ରୀନ ପାସପୋର୍ଟରେ ସ୍ଥାନ ଦେଲେ ୮ଟି ୟୁରୋପୀୟ ରାଷ୍ଟ୍ର, ଦୁଇ ପାନ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ବାରେଣ୍ଟାଇନ ମନା। –କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ ଟ୍ରାଏଲକୁ ମିଳିଲାନି ଅନୁମତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା –କଟକରେ ନକଲି ଔଷଧ କାରବାର ମାମଲା ହାଇକୋର୍ଟକୁ ଗଲା,ମାମଲାର ସିବିଆଇ କିମ୍ବା କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଦାବି –ମଣ୍ଡି ସମସ୍ୟା ନେଇ ସାରା ରାଜ୍ୟରେ ବିଜେପିର ଆନ୍ଦୋଳନ,ଧାନ ସଂଗ୍ରହ ଅବଧି ଆଉ ୧୫ଦିନ ବୃଦ୍ଧି ପାଇଁ ବିଜେପିର ଦାବି –ଖୁବ ଶୀଘ୍ର ହୋଇପାରେ ୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ, ଡିସିଜିଆଇକୁ ଜରୁରୀକାଳୀନ ଅନୁମତି ମାଗିଲା ଜାଇଡସ କାଡ଼ିଲା –ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ-ସ୍ବାସ୍ଥ୍ୟ ନିର୍ଦେଶକ,ସମସ୍ତେ ଗାଇଡଲାଇନ ମାନିଲେ ସଂକ୍ରମଣ ନିଶ୍ଚିତ କମିବ –ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ –ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ, ଦାଉଦ ମର୍ଚ୍ଚାଣ୍ଟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ଅପରିବର୍ତ୍ତିତ –ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ଓମ୍ ପ୍ରକାଶ ରାଜଭରଙ୍କ ନୂଆ ଫର୍ମୁଲା; ୫ ବର୍ଷରେ ଦାୟିତ୍ୱ ନେବେ ୫ ମୁଖ୍ୟମନ୍ତ୍ରୀ –ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଦିନକରେ ୬୧,୫୮୮ ଜଣ ସୁସ୍ଥ ; ମୋଟ ଆରୋଗ୍ୟ ସଂଖ୍ୟା ୨,୯୪,୮୮,୯୧୮,ଆରୋଗ୍ୟ ହାର ୯୬.୯୭% –ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨ –ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ –ନାବାଳକ ଚା’ ଦୋକାନୀଙ୍କୁ ଗୋଇଠା ମାଡ ଘଟଣାରେ ପୁଲିସ୍ କର୍ମଚାରୀ ନିଲମ୍ବିତ –ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ –ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ –ପୁରୀରେ ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ TagsNews headlines @ 10 PModia news Hot this week ବାଣିଜ୍ୟ ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ December 9, 2025 0 ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ... ଦେଶ-ବିଦେଶ ବୁଧବାର ଭାରତ-ଆମେରିକା ଆଲୋଚନା December 9, 2025 0 ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି... ସମ୍ପାଦକୀୟ ଦୁର୍ନୀତି ବ୍ୟାଧିର ଉପଚାର December 9, 2025 0 ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍ ରୁଷ... ଧର୍ମ ଆଧ୍ୟାତ୍ମ ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ December 9, 2025 0 ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ... ସମ୍ପାଦକୀୟ ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା December 9, 2025 0 ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩... Related Articles ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ ବାଣିଜ୍ୟ December 9, 2025 ବୁଧବାର ଭାରତ-ଆମେରିକା ଆଲୋଚନା ଦେଶ-ବିଦେଶ December 9, 2025 ଦୁର୍ନୀତି ବ୍ୟାଧିର ଉପଚାର ସମ୍ପାଦକୀୟ December 9, 2025 ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ ଧର୍ମ ଆଧ୍ୟାତ୍ମ December 9, 2025 ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା ସମ୍ପାଦକୀୟ December 9, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର : ପ୍ରଧାନମନ୍ତ୍ରୀNext articleବିଦ୍ୟୁତ ବିଭାଗର ଖାମଖିଆଲି ନୀତି: ଉପୁଡି ପଡିଲା ବିଦ୍ୟୁତ ଖୁଣ୍ଟି, ଅନ୍ଧାରରେ ୯ଟି ଗାଁ