www.samajalive.in
Monday, December 15, 2025
17.1 C
Bhubaneswar

ଭୂତଳଜଳର ସଠିକ ସ୍ଥିତି ଅନୁଧ୍ୟାନ କରି ଜଳର ଉପଯୁକ୍ତ ବିନିଯୋଗରେ ସହାୟକ ହୁଅନ୍ତୁ ଭୂତତ୍ତ୍ୱବିତ

ଭୁବନେଶ୍ୱର: ଆଜି ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ନବ ନିଯୁକ୍ତ ଭୂତତ୍ତ୍ୱବିତ୍(ଜିଓଲୋଜିଷ୍ଟ) ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏଥି ସହ ମନ୍ତ୍ରୀ ଭୂତଳ ଜଳର ଉପଯୋଗିତା ଓ ଏହାର ଉପଲବ୍ଧତା ନେଇ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ନ୍ୟାସନାଲ ହାଇଡ୍ରୋଲୋଜି ପ୍ରକଳ୍ପ ଅଧିନରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ବିକଶିତ ମୋବାଇଲ ଆପ୍ଲିକେସନ “ଗେସ୍” (ଗ୍ରାଉଣ୍ଡ ୱାଟର ୟୁଟିଲିଟି ଆଣ୍ଡ ଏକ୍ସଟ୍ରାସନ ଷ୍ଟ୍ରକ୍ଚର ସର୍ଭେ)ର ଶୁଭ ଉନ୍ମୋଚନ କରିଥିଲେ । ଏହାସହିତ ମନ୍ତ୍ରୀ ଶ୍ରୀମତୀ ସାହୁ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଓ ଭୂତଳ ଜଳ ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ “ଛାତ” ଯୋଜନାରେ ଜନସାଧାରଣ କିପରି ସୁଯୋଗ ନେଇ ପାରିବେ, ଏହି ପରିପ୍ରେକ୍ଷୀରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଓ ପ୍ରଚାର ପତ୍ରର ଶୁଭ ଉନ୍ମୋଚନ କରିବା ସହ ଏହି ଯୋଜନା ସଂପର୍କରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଏକ ପ୍ରଚାର ଗାଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଜୀବନ ପାଇଁ ଜଳ ଅପରିହାର୍ଯ୍ୟ । ସାଧାରଣ ଜୀବନଯାପନରେ ପିଇବା ପାଣିଠାରୁ ଆରମ୍ଭ କରି କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସଂପଦର ସୁରକ୍ଷା, ଜଳସେଚନର ବିକାଶ ଓ କୃଷିର ଉନ୍ନତି ପାଇଁ ରାଜ୍ୟ ବଜେଟରେ ଅଧିକ ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଆମେ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଓ ଉଠା ଜଳସେଚନ, ଚେକ୍ ଡ୍ୟାମ୍ ଆଦି ବ୍ୟବସ୍ଥା ମାଧ୍ୟମରେ ଜଳର ଉପାଦେୟତା ନେଇ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । କିନ୍ତୁ ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଦୃଷ୍ଟିରୁ ଆମକୁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡୁଛି। ନବ ନିଯୁକ୍ତ ଭୂତତ୍ତ୍ୱବିତ୍ମାନେ ବିଶେଷ କରି ଆମର ଯେଉସବୁ ବ୍ଲକରେ ଭୂତଳଜଳ ସ୍ତର କମିବାର ସୂଚନା ରହିଛି, ସେହି ସବୁ ଅଂଚଳରେ ଭୂତଳ ଜଳସ୍ତର ସ୍ଥିତି ଅନୁଧ୍ୟାନ କରି ଜନସାଧାରଣଙ୍କୁ ଭୂତଳ ଜଳର ଉପଲବ୍ଧି ନେଇ କାର୍ୟ୍ୟ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ “୫-ଟି” ଉପକ୍ରମ ଆଧାରରେ ବିଭାଗରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଅନେକ କ୍ଷେତ୍ରରେ କାର୍ୟ୍ୟ ତ୍ୱରାନିତ କରାଯାଇଥିବା ବେଳେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍ମାନେ ଏଥିରେ ସାମିଲ ହୋଇ ବିଭାଗର ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ପ୍ରକାଶ କରିଥିଲେ ।

- Advertisement -

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ଭୂତଳ ଜଳ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭୂତଳ ଜଳର ନିଷ୍କାସନ ହାର ଜାତୀୟ ସ୍ତରରେ ୬୧ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏହା ୪୩ ପ୍ରତିଶତ ରହିଛି । ଏଣୁ ଭୂତଳ ଜଳ ନିଷ୍କାସନ କ୍ଷେତ୍ରରେ ରହୁଥିବା ଚାପ ଆମ ରାଜ୍ୟରେ କମ ରହିଛି । କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନ ହୋଇ ଭୂତଳ ଜଳ ଭରଣର ମାତ୍ରାକୁ ବଢ଼ାଇବାକୁ ପଡିବ । ଛାତ ଉପର ବର୍ଷା ଜଳ ଅମଳ ବ୍ୟବସ୍ଥା (ଛାତ) ଯୋଜନାର ସୁଯୋଗ ନେବା, ଭୂତଳ ଜଳ ଭରଣ ବ୍ୟବସ୍ଥା ‘ଅରୁଆ’ (ଆର୍ଟିଫିସିଆଲ ରିଚାର୍ଜ ଟୁ ଅଣ୍ଡରଗ୍ରାଉଣ୍ଡ ଆକ୍ୱାଫର) କୁ ଆପଣେଇବା ପାଇଁ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ରାଜ୍ୟରେ ୭ଟି ବ୍ଲକର ଭୂତଳ ଜଳସ୍ତର ଅର୍ଦ୍ଧ ଗମ୍ଭୀରଭିତରେ ଅଛି । କିନ୍ତୁ କୌଣସି ବ୍ଲକରେ ଭୂତଳ ଜଳ ସ୍ତର ଅତ୍ୟଧିକ ନିଷ୍କାସିତ ହେଉ ନାହିଁ । ଯେଉଁ ଭୂତତ୍ତ୍ୱବିତ୍ମାନେ ବିଭାଗରେ ନୂତନ ଭାବେ ଯୋଗଦାନ କରିଛନ୍ତି, ସେମାନେ ସାଧୁତା ଓ ଦକ୍ଷତାର ସହ କାର୍ୟ୍ୟ କରିବା ସହ ଭୂତଳ ଜଳ ସ୍ତରର ସ୍ଥିତି ଆକଳନ ଓ ଏହାର ସଠିକ୍ ଉପଯୋଗିତାରେ ସହାୟତା କରିବାକୁ ଶ୍ରୀମତୀ ଗର୍ଗ ଆହ୍ୱାନ ଦେଇଥିଲେ । କାର୍ୟ୍ୟକ୍ରମରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟର କାର୍ୟ୍ୟାବଳୀ ଓ ସଫଳତାକୁ ଆଧାର କରି ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଧନ୍ୟବାଦ ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories