www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଯାପିତ ପ୍ରଦର୍ଶିତ ହେଲା ଲୋକନୃତ୍ୟ ଢାପ ସମ୍ବଲପୁରୀ ନୃତ୍ୟ

ଭୁବନେଶ୍ୱର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଆଜି ଉଦଯାପିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ପରିବେଷଣ କରାଯାଇଥିଲା ବରଗଡ ଜିର୍ଯ୍ୟରୁ ଆସିଥିବା ଲୋକନୃତ୍ୟ ଢାପ ସମ୍ବଲପୁରୀ ନୃତ୍ୟ ପରିବେଷଣ । ସେହିପରି ଦେବଗଡର ମା ରାମଚଣ୍ଡି କରମା ନୃତ୍ୟ ତରଫରୁ କରମା ନୃତ୍ୟ, କଟକର ଲଉଡି ନୃତ୍ୟ, ସୋନପୁରର ଡାଲଖାଇ, ସୁନ୍ଦରଗଡର ମା ମାରିଆ ଆଦିବାସୀ ନୃତ୍ୟ ଦଳ ପକ୍ଷରୁ ଓରାମ ନୃତ୍ୟ, ଯାଜପୁରର ଗୌରହରି ଧୁଡୁକି ଦଳ ପକ୍ଷରୁ ଧୁଡୁକି ପରିବେଷଣ, ନୟାଗଡର ଶ୍ରୀଚୈତନ୍ୟ ମାଧୁରୀ ସାଂସ୍କୃତିକ କଳା ପରିଷଦ ତରଫରୁ ଘଣ୍ଟ ମୃଦଙ୍ଗ ନୃତ୍ୟ, ପୁରୀର ଦଶଭୁଜା ଗୋଟିପୁଅ ନୃତ୍ୟ ପରିଷଦ ତରଫରୁ ଗୋଟିପୁଅ ନାଚ, କଳାହାଣ୍ଡିର ମା ଠାକୁରାଣୀ ଘୁମୁର ଦଳ ପକ୍ଷରୁ ଘୁମୁରା ନାଚ, ଗଜପତି ଜିଲ୍ଲାର ବନ୍ଦେ ମାତରମ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଲାଞ୍ଜିଆସଉରା ଓ ସଉରା ନୃତ୍ୟ, ନବରଙ୍ଗପୁର ରାଇଘର କଳାକେନ୍ଦ୍ରର ଗୋଣ୍ଡି ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।

ଆଜିର ଉଦଯାପନୀ କାର୍ୟ୍ୟକ୍ରମରେ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ ଲେନିନ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ୟ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଉପ-ସଭାପତି ମନ୍ମଥ କୁମାର ଶତପଥୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଂସ୍କୃତିକ ସଂଧ୍ୟାକୁ ଉଦ୍ଘାଟନ କରିବା ସହିତ ସଂସ୍କୃତି ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉମା ନନ୍ଦୁରୀଙ୍କ ସମସ୍ତ କଳାକାର, ନୂତ୍ୟଗୁରୁ ଓ ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ଫୁଲ, ଚନ୍ଦନ, ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭଗବତ୍ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

- Advertisement -

ଆଜିର କାର୍ୟ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅର୍ଥ ଉପଦେଷ୍ଟା ପଦ୍ମଜ୍ୟୋତି ସାହୁ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ଆରତି ସାହୁଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଗତ ଦୁଇଦିନ ପରି ଆଜି ମଧ୍ୟ ଉତ୍କଳ ମଣ୍ଡପ ଠାରେ ଲୋକ କଳାପ୍ରେମୀ, ସଂସ୍କୃତି ପ୍ରେମୀ, ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ଉପଭୋଗ କରିବା ସହିତ ଲୋକକଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଆଜିକୁ ମିଶାଇ ତିନି ଦିନ ଧରି ବିଭିନ୍ନ ଜିଲ୍ଲାର ଲୋକ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ଓ ଲୋକ ସଂଗୀତ ସମସ୍ତଙ୍କ ମନ ମୋହିଥିଲା। ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୩୦୦ ଜଣ କଳାକାର ଯୋଗ ଦେଇଥିଲେ । ବିଲୁପ୍ତ ପ୍ରାୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତର ପ୍ରଚାର ଓ ପ୍ରସାର ନିମନ୍ତେ ୨୦୧୧ ମସିହାରୁ ଏହି କାର୍ୟ୍ୟକ୍ରମ ଯାରି ରହିଛି। ମାତ୍ର କରୋନା ସମୟରେ ଏହା ସାମୟିକ ଭାବେ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଠାରୁ ପୁଣିଥରେ ଆରମ୍ଭ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories