BJD Bijuli 480×75 Mob

କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ପୁନଃ ନିଯୁକ୍ତି ଦାବିରେ କାଲିମେଳାରେ ବନ୍ଦ ପାଳନ

BJD Bijuli 480×75 Mob

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ଦାବି କରି ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡିମଟର ଚଳାଚଳ ସ୍ଵାଭାବିକ ରହିଛି । ଏଥିସହ ରାଜନୈତିକ ଦଳର ସମସ୍ତ ଲୋକପ୍ରତିନିଧି ଓ ଜନସାଧାରଣମାନେ କାଲିମେଳା ବ୍ଲକ ସାମ୍ନାରେ ଧାରଣା ଦେଇଛନ୍ତି।

ସୂଚନା ଯୋଗ୍ୟ, ଗତ ୨୯ ତାରିଖ ଦିନ ଜଣେ ସ୍କୁଲ ଛାତ୍ରୀକୁ ମାଡ ମାରିବା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଡାକ୍ତର ମୁକ୍ତି କାନ୍ତ ମଲ୍ଲିକଙ୍କୁ ନିଲମ୍ବନ କରିଥିଲେ। କିନ୍ତୁ ଛାତ୍ରୀଙ୍କ ରୋଗର ଲକ୍ଷଣ ଯାହା ଥିଲା ଡାକ୍ତର ସେହି ଚିକିତ୍ସା ପଦ୍ଧତିରେ ଛାତ୍ରୀ ଜଣଙ୍କୁ ଚିକିତ୍ସା କରିଥିଲେ । ଏହା ପରେ ଛାତ୍ରୀ ଜଣଙ୍କ ୧ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିଥିଲେ। ଡାକ୍ତରଙ୍କ ନିଲମ୍ବନ ପଛରେ ଅନ୍ୟ କିଛି କାରଣ ରହିଛି ବୋଲି ଆନ୍ଦୋଳନ କରୁଥିବା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୂଖାର୍ଜୀଙ୍କ ସହ ଅନ୍ୟ ନେତାମାନେ ଅଭିଯୋଗ କରିଛନ୍ତି। ଉପସ୍ଥିତ ଲୋକମାନଙ୍କ କହିବା କଥା ଡାକ୍ତର ମଲ୍ଲିକ କାଲିମେଳା ଅଞ୍ଚଳର ଜନସାଧାରଣଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ଯୋଗାଇ ଆସୁଛନ୍ତି। ସେ ଜଣେ ଭଲ ମଣିଷ। ଆଜକୁ ୮ବର୍ଷ ଧରି ସେ କାଲିମେଳା ମେଡିକାଲରେ ଚିକିତ୍ସା ଯୋଗାଇ ଆସୁଛନ୍ତି। ତାଙ୍କ ନାମରେ କୌଣସି ଅଭିଯୁକ୍ତ ଆସିନାହିଁ । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଡାକ୍ତର ମଲ୍ଲିକଙ୍କୁ ପୁନର୍ବାର ଏଠାରେ ନିଯୁକ୍ତି ଦେବା ପାଇଁ ଆମେ ଧାରଣା ଦେଇଛୁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁଲିସ ମୁତୟନ କରାଯାଇଛି। ଆଜି କାଲିମେଳା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବାର ରହିଛି ବୋଲି ଜଣାପଡ଼ିଛି। ତେବେ ଦୋକନ ବଜାର ବନ୍ଦ ହେବା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ତଥା ଜିଲ୍ଳା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଦାବି ହୋଇଛି।

Comments are closed.