www.samajalive.in
Tuesday, December 9, 2025
15.1 C
Bhubaneswar

ବାଘ ଆତଙ୍କକୁ ନେଇ ରିହାୟଶୀରେ ସ୍କୁଲ ଛୁଟି, ଲୋକେ ଆତଙ୍କିତ

ରାଜସ୍ଥାନ : ରାଜସ୍ଥାନର ରାଜଧାନୀ ଜୟପୁରର ରିହାୟଶୀରେ ଥିବା କଲୋନୀ ନିକଟରେ ଏକ ଚିତାବାଘ ବୁଲୁଥିବା ଜାଣି ସ୍ଥାନୀୟଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବନବିଭାଗ କର୍ମଚାରୀ ଓ ପୁଲିସ ଅଧିକାରୀ ଚିତାବାଘର ସନ୍ଧାନରେ ଲାଗିପଡ଼ିଛନ୍ତି। ମାତ୍ର ବର୍ତ୍ତମାନ ଯାଏଁ ଚିତାବାଘକୁ ଟ୍ରାଙ୍କୁଲାଇଜ କରାଯାଇପାରି ନ ଥିବା ଜଣାପଡ଼ିଛି। ତେଣୁ ଏହି ଅଞ୍ଚଳରେ ଶୁକ୍ରବାର ବିଦ୍ୟାଳୟକୁ ଛୁଟି କରାଯାଇଛି। ବନବିଭାଗ ଅଧିକାରୀଙ୍କ ମତାନୁଯାୟୀ, ବିଦ୍ୟାଳୟ ଓ ମୋତି ଡ଼ୁଙ୍ଗରୀ ଗଣେଶଙ୍କ ମନ୍ଦିରର ପଛ ପାଖରେ  ପାହାଡ଼ିଆ ଜଙ୍ଗଲ ରହିଛି। ତେଣୁ ସେଠାରୁ ବାଘଟି ଏହି ଅଞ୍ଚଳକୁ ଚାଲି ଆସିଛି। ବାଘକୁ ଧରିବା ପାଇଁ ସ୍କୁଲ ପରିସରରେ ପିଞ୍ଜରା ଓ କ୍ୟାମେରା ଲଗାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ସମୟରେ ଜୟପୁରରେ ଥିବା ସବାଈ ମାନସିଂହ ସ୍କୁଲର କ୍ୟାଣ୍ଟିନରେ ଥିବା ସିସିଟିଭିରେ ବାଘର ଫଟୋ କଏଦ ହୋଇଥିଲା। ବନ ବିଭାଗ ଓ ପୁଲିସ କର୍ମଚାରୀ ଖବର ପାଇ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ବିଳମ୍ବିତ ରାତି ଯାଏଁ ତା’ର କୌଣସି ସନ୍ଧାନ ମିଳିନଥିଲା ଓ ସ୍କୁଲର ପରିସରରେ ହିଁ ବାଘ ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି। ଏହି କାରଣରୁ ଆଜି ବିଦ୍ୟାଳୟକୁ ଛୁଟି ରଖାଯାଇଛି। ବାଘକୁ ଖୋଜିବାକୁ ଡ଼୍ରୋନ କ୍ୟାମେରାର ବ୍ୟବହାର କରାଯାଉଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories