www.samajalive.in
Sunday, December 7, 2025
23.1 C
Bhubaneswar

ସଂସଦ କାଣ୍ଟିନରେ ମିଳିବନି ସବସିଡ଼ିଯୁକ୍ତ ଖାଦ୍ୟ, ବଜାର ଦର ଅନୁଯାୟୀ ପୈଠ କରିବେ ସାଂସଦ

ନୂଆଦିଲ୍ଲୀ : ଏଣିକି ସଂସଦର କାଣ୍ଟିନରେ ସାଂସଦମାନଙ୍କୁ ସବସିଡ଼ିଯୁକ୍ତ ଖାଦ୍ୟ ମିଳିବନି। ଏବେ ସାଂସଦମାନେ ଯାହା କିଛି ଖାଇବେ ସେଥିପାଇଁ ସେମାନଙ୍କୁ ବଜାର ଦର ଅନୁଯାୟୀ ଟଙ୍କା ପୈଠ କରିବାକୁ ପଡ଼ିବ। ରିହାତି ମିଳିବ ନାହିଁ। ସମସ୍ତ ସାଂସଦଙ୍କ ସହମତି ଆଧାରେରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା ଗୁରୁବାର ଅର୍ଥାତ ଆଜି ଘୋଷଣା କରିଛନ୍ତି।
ସୂଚନା ଯୋଗ୍ୟ, ପ୍ରଥମେ ବାଚସ୍ପତି ଖାଦ୍ୟରେ ସାଂସଦଙ୍କୁ ମିଳୁଥିବା ସବସିଡ଼ିଯୁକ୍ତ ଖାଦ୍ୟ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଲୋକସଭାର ବ୍ୟବସାୟ ପରାମର୍ଶଦାତା କମିଟି ଓ ସବୁଦଳର ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ସାଂସଦମାନେ ଆଉ ସବସିଡ଼ିଯୁକ୍ତ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଯଦି ସାଂସଦର କାଣ୍ଟିନର ସବସିଡ଼ିକୁ ବନ୍ଦ କରିଦିଆଯାଏ ତେବେ ଏଥିପାଇଁ କେନ୍ଦ୍ର ସରକାର ବାର୍ଷିକ ପ୍ରଦାନ କରୁଥିବା ପ୍ରାୟ ୧୭ କୋଟି ଟଙ୍କାର ସଞ୍ଚୟ କରି ହେବ ଅର୍ଥାତ ୧୭ କୋଟି ଟଙ୍କା ବାର୍ଷିକ ଲାଭ ମିଳିବ ବୋଲି ଜଣାପଡ଼ିଛି। ଆଜି ଠାରୁ ହିଁ ଏହି ନିୟମ ଲାଗୁ ହୋଇଛି।
ପୂର୍ବରୁ ସାଂସଦ ମାନେ ରିହାତି ଅନୁଯାୟୀ ୨୦୧୭-୧୮ ଯାଏଁ ଚିକେନ ତରକାରୀ ୫୦ଟଙ୍କା, ଦୋସା ୧୨ ଟଙ୍କା, ସାଧା ଭୋଜନ ଥାଳି, ୩୫ ଟଙ୍କା, ରୁଟି ଓ ଲହୁଣୀ ପାଇଁ ୬ଟଙ୍କା, ଚପାତି ପାଇଁ ୨ଟଙ୍କା, ଚିକେନ କଟଲେଟ ୪୧ଟଙ୍କା, ତନ୍ଦୁରୀ ଚିକେନ ୬୦, କଫି ୫, ବରା ପ୍ଲେଟ ୧୨, ମାଛ ତରକାରୀ ୪୦, ବିରିୟାନି ୬୫ ଟଙ୍କା, ଆଦି ଖାଦ୍ୟ ପାଇଁ ଦେଉଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories