ଦୁର୍ନୀତି ନିବାରଣ ସପ୍ତାହ -୨୦୨୩ ପାଳିତ

ଫୁଲବାଣୀ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ସହଯୋଗୀ ସଂସ୍ଥା ଓଡିଶା ମିଲେଟ୍ ମିସନ୍‌, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଓ କ୍ରାଏ, କୋଲକତାର ସହାୟତାରେ ଜିଲ୍ଲାର ରାଇକିଆ, ଟିକାବାଲି ଓ ଫିରିଙ୍ଗିଆ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରିଛି। ଏ ବର୍ଷର ଥିବା ସ୍ଲୋଗାନ୍ “କରପ୍‌ସନ୍ କୁ ନା’ କହିବା ଓ ଦେଶ ପ୍ରତି ପ୍ରତିଶୃତିବଦ୍ଧତା” ହେବାକୁ ଆଖି ଆଗରେ ରଖି ବିଭିନ୍ନ ବର୍ଗର ଜନସାଧାରଣକୁ ସାମିଲ୍ କରି ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଆହ୍ୱାନ ଦିଆଯାଇଥିଲା। ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ୍ ନିଜ ଅନୁଷ୍ଠାନରେ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତା ଦୁର୍ନୀତିକୁ ବିରୋଧ କରି ଦୁର୍ନୀତି ହେଉଥିବା ସ୍ଥାନରେ ଚୁପ୍ ନ ରହି ସ୍ୱର ଉତ୍ତୋଳନ କରିବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରକଳ୍ପ ତରଫରୁ ସମସ୍ତ କର୍ମକର୍ତ୍ତା, ସ୍ନେଲହତା ନାୟକ, କନକଲତା ପାତ୍ର, ସୀତା ରଣା, ବିଶ୍ୱରଞ୍ଜନ ଦଳବେହେରା, ସୁସ୍ମିତା ଜେନା, ପ୍ରଦୀପ କୁମାର ସ୍ୱାଇଁ ସହ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

Comments are closed.