www.samajalive.in
Monday, December 15, 2025
24.1 C
Bhubaneswar

ଆହତ ଯୁବକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ ବିଜେପି ରାଜ୍ୟ ବେଟି ବଚାଓ ବେଟି ପଢ଼ାଓ ସଂଯୋଜିକା

ଫୁଲବାଣୀ/ବାଲିଗୁଡ଼ା: ସଡ଼କ ଦୁର୍ଘଟଣାରେ ପଡ଼ି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ବାରଖମl ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ମାନବିକତାର ପରିଚୟ ଦେଲେ ସମାଜସେବୀ ତଥା ବିଜେପି ରାଜ୍ୟ ବେଟି ବଚାଓ ବେଟି ପଢ଼ାଓ ସଂଯୋଜିକା କଳ୍ପନା କହଁର। ସୂଚନା ଅନୁଯାୟୀ, ଶୁଡ୍ରା ମୁଖ୍ୟ ରାସ୍ତା ଦେଇ ବାଇକ ଯୋଗେ ଯାଉଥିବା ଯୁବକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ। ଏହି ସମୟରେ କଳ୍ପନା କହଁର ଲଣ୍ଡାଗାଁରୁ ବ୍ୟକ୍ତିଗତ କାମ ସାରି ଘରକୁ ଫେରୁଥିବା ବେଳେ ଅନ୍ଧାର ରାସ୍ତାରେ ଯୁବକ ଜଣଙ୍କ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ଚିତ୍କାର କରି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ବସାଇ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରାଇ ଔଷଧ ପତ୍ର କିଣି ଦେଇ ଯୁବକଙ୍କୁ ନିଜ ଘରେ ନେଇ ଛାଡ଼ିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories