ଆଠଗଡ଼ : କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ପରେ ଶୁକ୍ରବାର ଗୁରୁଡ଼ିଝାଟିଆ ଥାନା ଆଇଆଇସିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ପାଚେରି ନିର୍ମାଣକୁ ନେଇ ଗତକାଲି ବାଳି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀକୁ ଗିରଫ ଦାବିରେ ଅନ୍ୟ ଗୋଷ୍ଠୀର ଲୋକେ ଥାନା ଆଇଆଇସିଙ୍କୁ ଠେଲାପେଲା ଓ ଆକ୍ରମଣ କରିଛନ୍ତି। ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଆଜି ଗୋଟିଏ ଗୋଷ୍ଠୀର କିଛି ମହିଳା ଥାନାକୁ ଯାଇ ଆଇଆଇସିଙ୍କୁ ଘେରିଥିଲେ। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
Popular Categories



