ଗ୍ୟାସ ଲିକ୍‍ କାରଣରୁ ଅଗ୍ନିକାଣ୍ଡ, ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଡ଼ରାପାଳ ଗାଁରେ ଏକ ଅଗ୍ନିକାଣ୍ଡ ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗ୍ୟାସ ଲିକ୍‌ କାରଣରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ମହିଳା ଜଣକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ୍‌ କାରଣରୁ ତାଙ୍କ ଦେହରେ ହଠାତ ନିଆଁ ଲାଗିଯାଇଥିଲା। ମହିଳାଙ୍କ ଶ୍ୱଶୁର ଓ ଦିଅର ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ସେମାନେ ମଧ୍ୟ ଗୁରୁତର ହୋଇଥିଲେ।

Comments are closed.