ଗଞ୍ଜାମରେ ଦ୍ୱିତୀୟ ଦିନ ପାଇଁ ଘରୋଇ ବସ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ
ଗଞ୍ଜାମ : ଗଞ୍ଜାମ ବ୍ରହ୍ମପୁରରେ ଦ୍ୱିତୀୟ ଦିନ ପାଇଁ ଗୁରୁବାର ଅର୍ଥାତ ଆଜି ମଧ୍ୟ ଘରୋଇ ବସ ସେବା ବନ୍ଦ ରହିଛି। ବ୍ରହ୍ମପୁରସ୍ଥିତ ହଳଦିଆପଦର ବସ ଟର୍ମିନାଲରୁ ବସ ଚଳାଚଳକୁ ବିରୋଧକରି ଘରୋଇ ବସ ମାଲିକ ସଂଘ ଆନ୍ଦୋଳନ ଜାରି ରଖିଛି। ଗତ କାଲି ଭଳି ଆଜି ମଧ୍ୟ ବସ ସେବା ବନ୍ଦ ରହିବ ବୋଲି ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି। ଫଳରେ ବ୍ରହ୍ମପୁର, ଛତ୍ରପୁର, ଆସିକା, ଭଞ୍ଜନଗରରୁ ବସ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ୧୦୦ ରୁ ଅଧିକ ଘରୋଇ ବସ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ଦୁଇ ଦିନ ହେଲାଣି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
Comments are closed.