www.samajalive.in
Monday, December 15, 2025
24.1 C
Bhubaneswar

ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଚୌଦ୍ୱାର: ବରିଷ୍ଠ ସାମ୍ବାଦିକ ତଥା ଚୌଦ୍ୱାର ପ୍ରେସ୍‌‌ କ୍ଲବର ପ୍ରତିଷ୍ଠାତା ସଦସ୍ୟ ମନୋଜ କୁମାର ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶିଶୁସଦନରେ ଅନୁଷ୍ଠିତ ହୋଇ ଯାଇଛି। ହିନ୍ଦ୍‌‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରେସ୍‌‌ କ୍ଲବ୍‌‌ ସଭାପତି ଦାମୋଦର ସାହୁ, ପୌରନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଶିକ୍ଷାବିତ୍‌‌ ପ୍ରଫୁଲ୍ଲ କୁମାର ସାହୁ, ଶିବ ପ୍ରସାଦ ପତି, ବୈରାଗୀ ଚରଣ ପ୍ରଧାନ,ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନର ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାମ୍ବାଦିକ ସତ୍ୟବ୍ରତ ଦାସ, ମହେନ୍ଦ୍ର କୁମାର ବିଶ୍ୱାଳ, ମଳୟ କୁମାର ଷଢ଼ଙ୍ଗୀ, ପ୍ରକାଶ କୁମାର ନାୟକ, ବିଶ୍ୱଜିତ ଭଞ୍ଜ, ଅଜିତ୍‌‌ କୁମାର ସ୍ୱାଇଁ, ବିମଳ କୁମାର ବେଉରା, ଅଶୋକ କୁମାର ଦାସ, ଶଂକର୍ଷଣ ମହାପାତ୍ର, ସଂଜୀବ ତିୱାରୀଙ୍କ ସମେତ ବହୁ ସମ୍ବାଦଦାତା ଏଥିରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହିନ୍ଦ୍‌‌ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆଶୁତୋଷ ଦାସ, ସୁଧାକର ସାମନ୍ତରାୟ, ରଘୁନାଥ ସ୍ୱାଇଁ, ବନ୍ଦନା ମହାନ୍ତି, ପରେଶ ରଞ୍ଜନ ଓଝା, ଦୂର୍ଗେଶ ନାୟକ ପ୍ରମୁଖ ସ୍ୱର୍ଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରରମ୍ଭରେ ଶିଶୁସଦନର ଅନ୍ତେବାସୀ ମାନଙ୍କଦ୍ୱାରା ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା,ଭକ୍ତି ସଂଗୀତ ଆଦି ପରିବେଷଣ କରାଯାଇଥିଲା।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories