www.samajalive.in
Monday, December 15, 2025
24.1 C
Bhubaneswar

ଜାମ୍ମୁରୁ ୭ ଦିନ ପରେ ଗାଁରେ ପହଞ୍ଚିଲା ମରଶରୀର

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଗୋପାଳପୁର ଥାନା ଅଧୀନସ୍ଥ ନୂଆଗୋଳାବନ୍ଧ ଗ୍ରାମର ଅରୁଣ କୁମାର ଦାସ (୫୨)ଙ୍କ ମର ଶରୀର ଜାମ୍ମୁରୁ ଅଣାଯାଇ ଗାଁ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସୂଚନା ଯେ ମୁତ ଅରୁଣ ଦୀର୍ଘ ୩୫ ବର୍ଷ ହେଲା ଜାମ୍ମୁରେ ଦିପକ କୁମାର ଗୁପ୍ତାଙ୍କ ବହି ଦୋକାନରେ କର୍ମଚାରୀ ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗତ ୧୪ ତାରିଖରେ ଅରୁଣଙ୍କ ଶରୀର ଅସୁସ୍ଥ ଥିବା ନେଇ ପରିବାରକୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ। ଅରୁଣଙ୍କ ଶରୀର ଅସୁସ୍ଥ ଥିବାରୁ ବହି ଦୋକାନ ମାଲିକ ଦୀପକ କୁମାର ଗୁପ୍ତା ମେଡିକାଲରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଇ ଆଇସିୟୁରେ ଭର୍ତ୍ତି କରିଥିଲେ। ୧୬ ତାରିଖ ସନ୍ଧ୍ୟାରେ ଡାକ୍ତର ଅରୁଣକୁ ମୃତ ଘୋଷଣା କରିଥିଲେ। ଏହା ନେଇ ଦୋକାନୀ ମାଲିକ ଶ୍ରୀ ଗୁପ୍ତାଙ୍କ ପକ୍ଷରୁ ଅରୁଣଙ୍କ ମୃତ୍ୟୁ ନେଇ ପରିବାରକୁ ଖବର ଦେଇଥିଲେ। ଖବର ପାଇଁ ବଡ଼ ପୁଅ ଓ ଜତୁ ସମ୍ପର୍କୀୟଙ୍କ ସହ ଜାମ୍ମୁ ଯାଇଥିଲେ। ଏ ନେଇ ମାଲିକ ସହ ଆଲୋଚନା କରିଥିଲେ। ପରେ ଶବକୁ ଗାଁକୁ ଆଣିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ନଥିବାରୁ ଘଟଣା ନେଇ ଓଡ଼ିଶା ମୋ ପରିବାରକୁ ସହଯୋଗ ଲୋଡ଼ି ଥିଲେ। ପରେ ମାଲିକଙ୍କ ମାନବିକତା ଓ ମୋ ପରିବାର ସହଯୋଗରେ ଗତକାଲି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ମର ଶରୀର ଗ୍ରାମରେ ପହଞ୍ଚି ଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories