www.samajalive.in
Sunday, December 14, 2025
17.1 C
Bhubaneswar

ଜଗନ୍ନାଥ ଦର୍ଶନ ପାଇଁ ପଦଯାତ୍ରାରେ ଛତିଶଗଡରୁ ପୁରୀ

ରେଙ୍ଗାଲି: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପଦଯାତ୍ରାରେ ବାହାରିଥିବା ଛତିଶଗଡ଼ ପ୍ରଦେଶର ରାୟଗଡ ନିକଟସ୍ଥ ଅମିଲିଡିହି, ଧରଘୋଡାର ଅଲେଖ ପଣ୍ଡା ଏବଂ ଜଗଦୀପ ପଣ୍ଡା ଦୁଇ ଜଣ ଭକ୍ତଙ୍କୁ ଆଜି ରେଙ୍ଗାଲିରେ ସ୍ଥାନିୟ ସଚେତନ ନାଗରିକ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇ ଅଭ୍ୟର୍ଥନା ଜ୍ଞାପନ କରାଯାଇଛି। ଉଭୟ ପଦଯାତ୍ରୀଙ୍କ ମଧ୍ୟରୁ ଜଣକର ହାର୍ଟ ଅପରେସନ ହୋଇଥିବା ସତ୍ତ୍ବେ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଭାବ ତାଙ୍କୁ ପୁରୀ ଯିବା ପାଇଁ ଉତ୍ସାହିତ କରିଛି। ତାଙ୍କର ଦୃଢ ମନୋବଳ ଭକ୍ତି ଭାବ ଆଗରେ ହୃଦୟ ଅସ୍ତ୍ରୋପଚାର ସମସ୍ୟା ଫିକା ପଡିଯାଇଛି। ତାଙ୍କ ଘରଠୁ ପୁରୀର ଦୂରତା ୬୦୭ କିଲୋମିଟର। ଉଭୟ ପଦଯାତ୍ରାପଦଯାତ୍ରୀ ଆଜି ରେଙ୍ଗାଲିରେ ରାତ୍ରୀ ଯାପନ କରି ଆସନ୍ତାକାଲି ପୁରୀ ଅଭିମୁଖେ ଯାତ୍ରା କରିବେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories