www.samajalive.in
Monday, December 15, 2025
24.1 C
Bhubaneswar

ଗଣ୍ଡବେଡା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହଭାଗିତା କାର୍ଯ୍ୟକ୍ରମ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଗଣ୍ଡବେଡା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହଭାଗିତା ବୈଠକରେ ଆମେ ଜାଣିବା ଜିଣିବା କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାପତି ପଦ୍ମଚରଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କଣ୍ଠରାମ ମହାନ୍ତ ଆମେ ଜାଣିବା ଜିଣିବାର ଅଭିମୁଖ୍ୟ ବିଦ୍ୟାଳୟର ଶୈକ୍ଷିକ ପରିବେଶ ବିଷୟରେ ଏବଂ ଶିକ୍ଷକ ବେଣୁଧର ବେହେରା ଅନ୍ତେବାସୀ ମାନଙ୍କର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ବିଷୟରେ, ଶିକ୍ଷକ ବିକାଶ କୁମାର ତରେଇ ଛାତ୍ରଛାତ୍ରୀ ମାନେ ପାଉଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିବା ବେଳେ ଶିକ୍ଷୟତ୍ରୀ ଯଶୋବନ୍ତି ବେହେରା ସ୍ୱାଗତ ଭାଷଣ ଓ ଜୀବନ କୌଶଳ ଶିକ୍ଷା ବାବଦରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେସାହାରପଡା କୃଷି ବିଭାଗ, ଆଇସିଡିଏସ, ସାହାରପଡା ସ୍ୱାସ୍ଥ୍ୟ ବିଭାଗ ଉଦୟପୂର ଏବଂ ଓଡିଶା ମିଲେଟ୍ ମିଶନ ତରଫରୁ ପ୍ରଦର୍ଶନୀ ମଣ୍ଡପ ରହିଥିଲା। ଯେଉଁ ମଣ୍ଡପରେ ମିଲେଟରୁ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନକୁ ଉପସ୍ଥିତ ଥିବା ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଖାଇ ବେଶ ପ୍ରଶଂସା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories