QNETIC – Mobile

ପ୍ରାଥମିକ ଶିକ୍ଷକ ସଂଘ ଗଣଧାରଣାକୁ ସମର୍ଥନ

ହରଭଙ୍ଗା: ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ କ୍ରମେ ଚାଲିଥିବା ନବମ ଦିନରେ ପହଞ୍ଚିଛି। ଏହି ଅବସରରେ ଜିଲ୍ଲା ଅଣଗେଜେଟେଟ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର, ସଭାପତି ଜିତେନ୍ଦ୍ର ମିଶ୍ର ଓ ସଂପାଦକ ତପନ ମିଶ୍ର ପ୍ରମୁଖ ହରଭଙ୍ଗା ବ୍ଲକର ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକସଂଘର ନ୍ୟାଯ୍ୟ ଦାବିକୁ ଆମେ ଓ ଆମ ସଂଗଠନ ସଂପୁର୍ଣ୍ଣ ସମର୍ଥନ କରୁଛି ବୋଲି କହିଛନ୍ତି ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର। ସଭାପତି ଜିତେନ୍ଦ୍ର ମିଶ୍ର ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀ କାହାର ନାଲିଆଖିକୁ ନଡରି ଦାବି ପୂରଣ ପଯ୍ୟନ୍ତ ଗଣଧାରଣା ଜାରି ରହୁ ବୋଲି ପ୍ରକାଶ କରିଥିଲେ ଓ ଶେଷରେ ସଂପାଦକ ତପନ ମିଶ୍ର ଏକତା ଭାବେ ସଂଗ୍ରାମ ଜାରି ରହିଲେ ସଫଳତା ନିଶ୍ଚିତ ହାସଲ ହେବ ବୋଲି କହିଥିଲେ। ସଂପାଦକ ବାମଦେବ ଦାଶ ପରିଚାଳନା କରିଥିବା ବେଳେ ସଭାପତି ସମସ୍ତଙ୍କ ତରଫରୁ ଏନ ଜି ଓ ସି ସି କର୍ମକର୍ତ୍ତାଙ୍କୁ ତାଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।

Comments are closed.