www.samajalive.in
Tuesday, December 9, 2025
19.1 C
Bhubaneswar

ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ

ଭଦ୍ରକ : ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକରୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଭ୍ୟାନରୁ ମୋଟ ୩୦ଟି ଗୋରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଭ୍ୟାନଟିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଗୁଡ଼ିକୁ ଉଦ୍ଧାର କରିଥିଲା। ଗୋରୁ ଚାଲଣ ଗାଡ଼ିଟିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଭ୍ୟାନରେ ଯାଜପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories