ଡାଇନୋସର୍ ବେଳର ଗଛ
ଚୀନ୍ର ଏକ ବୌଦ୍ଧ ମନ୍ଦିରରେ ଥିବା ଏକ ଗଛର ବୟସ ୧୪୦୦ ବର୍ଷରୁ ଅଧିକ ବୋଲି ଅନୁମାନ କରାଯାଉଛି। ବିଶେଷଜ୍ଞ ଦଳ ମତରେ, ଏହି ଗଛର ଡାଇନୋସର ସହ ସମ୍ପର୍କ ଥିଲା। ଡାଇନୋସର ଲୋପ ପାଇ ଯାଇଛନ୍ତି ସତ କିନ୍ତୁ ଏହି ଗଛ ଏବେ ସୁଦ୍ଧା ପୃଥିବୀପୃଷ୍ଠରେ ରହିଛି। ବିଶ୍ବରେ ଦେଖାଯାଉଥିବା ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି ବା ଜିଙ୍କୋ ଟ୍ରି କୁହାଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛରୁ ସେମାନଙ୍କୁ ଶକ୍ତି ମିଳୁଛି। ଜିଙ୍କୋ ଗଛଗୁଡ଼ିକର ବୟସ ୩୦୦୦ ବର୍ଷରୁ ଅଧିକ। ଭାରତର ଉତ୍ତରାଖଣ୍ଡ ଏବଂ ନୈନିତାଲରେ ଏହି ଗଛ ଦେଖିବାକୁ ମିଳେ। ବୈଜ୍ଞାନିକଙ୍କ କହିବା ଅନୁସାରେ ଜିଙ୍କୋ ଗଛ ଏପରି ଏକ ଗଛ ଯେଉଁ ଗଛରେ ୨୯ କୋଟି ବର୍ଷ ଧରି କୌଣସି ପରିବର୍ତ୍ତନ ହୋଇନି। ବିଶ୍ୱର ସର୍ବ ପୂରାତନ ଗଛ ଭାବେ ପରିଚିତ ଏଇ ଜିଙ୍କୋ ଗଛ ଚୀନରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଉଛି। ଏହି ଗଛର ଚେର ବେଶ୍ ମଜଭୁତ। ଗଛର ଉପର ସ୍ତର ନଷ୍ଟ ହୋଇ ଯାଇଥିଲେ ବି କିଛି ସମୟ ପରେ ଏହି ଗଛ ପୁଣି ଜନ୍ମ ନେବା ଆରମ୍ଭ କରେ। ଏହି ଗଛ ଦେଖିବାକୁ ଯେମିତି ସୁନ୍ଦର ସେହିପରି ଏହି ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଜିଙ୍କୋ ଗଛର ପତ୍ର ଆଖି ଏବଂ ମସ୍ତିଷ୍କ ସହ ଜଡ଼ିତ ରୋଗର ସମସ୍ୟାକୁ ଦୂର କରିଥାଏ।
Comments are closed.