www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟ ଔଷଧ ନିୟନ୍ତ୍ରକଙ୍କୁ ଏନ୍‌ପିପିଏର ନିର୍ଦେଶ; ମେଡିକାଲ ଅକ୍ସିଜେନ୍‌ କଳାବଜାରି ରୋକ

ନୂଆଦିଲ୍ଲୀ :ବର୍ତ୍ତମାନର କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ମେଡିକାଲ ଅକ୍ସିଜେନ୍‌ର ବ୍ୟାପକ ଭାବେ କଳାବଜାରି ​‌ହେଉଛି। ଅନେକ ବ୍ୟବସାୟୀ ଏହାକୁ ମହଜୁଦ କରି ମୁନାଫା ରଖୁଛନ୍ତି । ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣକାରୀ କର୍ତ୍ତୃପକ୍ଷ (ଏନ୍‌ପିପିଏ)। ଏହିସବୁ ମହଜୁଦକାରୀ ଏବଂ କଳାବଜାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ପିପିଏ ରାଜ୍ୟ ଔଷଧ ନିୟନ୍ତ୍ରକମାନଙ୍କୁ ନିର୍ଦେଶ ଦେଇଛି ।

ଏନ୍‌ପିପିଏ ଅଧ୍ୟକ୍ଷ ଶୁଭ୍ର ସିଂହ ରାଜ୍ୟଗୁଡିକୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, ସମ୍ପ୍ରତି କୋଭିଡ ପରିପ୍ରେକ୍ଷୀରେ ଚାରିଆଡେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଦୃଷ୍ଟିରୁ ଦେଶରେ ମେଡିକାଲ ଅକ୍ସିଜେନ୍‌ର ଚାହିଦା ଢ଼େର ବଢ଼ିଯାଇଛି। କୋଭିଡ୍‌ ରୋଗୀଙ୍କୁ ମେଡିକାଲ ଅକ୍ସିଜେନ୍‌ ଯୋଗାଣ ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶରେ ଏମିତି କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି ଯେଉଁଗୁଡିକ ମେଡିକାଲ ଅକ୍ସିଜେନ୍‌ ପାଇଁ ଅନ୍ୟ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନିର୍ଭର କରୁଛନ୍ତି। ତେଣୁ ମେଡିକାଲ ଅକ୍ସିଜେନ୍‌ର ଅନବରତ ଯୋଗାଣର  ଆବଶ୍ୟକତା ରହିଛି। ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ମେଡିକାଲ ଅକ୍ସିଜେନ୍‌ର ଘୋର ଅଭାବଦେଖାଦେବା ସହ ଏହାର କଳାବଜାରି ଏବଂ ମହଜୁଦ କରାଯାଉଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ମାନ ପ୍ରକାଶ ପାଉଥିବା ପତ୍ରରେ ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି। ଔଷଧ (ମୂଲ୍ୟ ନିୟନ୍ତ୍ରଣ) ନିର୍ଦେଶନାମା (ଡିପିସିଓ) ୨୦୧୩ ଅନୁଯାୟୀ, ମେଡିକାଲ ଅକ୍ସିଜେନ୍‌ (ଇନ୍‌ହାଲେସନ୍‌)କୁ ଏକ ନିର୍ଦ୍ଧିଷ୍ଟ ବର୍ଗର ଔଷଧ ଶ୍ରେଣୀଭୁକ୍ତ କରାଯାଇଛି। ଡ୍ରଗ୍‌ ଏବଂ କସ୍‌ମେଟିକ୍‌ ଆଇନ ୧୯୪୦ ଅନୁଯାୟୀ, ପରିସ୍ଥିତି ଉପରେ କଡା ନଜର ରଖି ମେଡିକାଲ ଅକ୍ସିଜେନ୍‌ର ମୁନଫାକାରୀ, ମହଜୁଦକାରୀ ଏବଂ କଳାବଜାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ରରେ ରାଜ୍ୟ ଔଷଧ ନିୟନ୍ତ୍ରକମାନଙ୍କୁ ନିର୍ଦେଶ କୁହାଯାଇଛି। ଯଦି ଏଭଳି କୌଣସି ଘଟଣା ନଜରକୁ ଆସେ ତେବେ ତୁରନ୍ତ ଏ ସମ୍ପର୍କରେ ଏନ୍‌ପିପିଏ କାର୍ଯ୍ୟାଳୟକୁ ଜଣାଇବାକୁ ଏଥିରେ କୁହାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories