ବିଶ୍ବକପ: ଭାରତକୁ ବିଜୟ ପାଇଁ ୨୭୪ ରନ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

ଡାରିଲ ମିଚେଲ ବିସ୍ଫୋରକ ବ୍ୟାଟିଂ ସହ୧୩୦ ରନ ସଂଗ୍ରହ

ଧର୍ମଶାଳା: ଭାରତକୁ ବିଜୟ ପାଇଁ ୨୭୪ ରନ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ। ୨୭୩ ରନରେ ଅଲଆଉଟ ହେଲା ନ୍ୟୁଜିଲାଣ୍ଡ। ମହମ୍ମଦ ସାମିଙ୍କୁ ୫ ୱିକେଟ ମିଳିଥିବାବେଳେ ନ୍ୟୁଜିଲାଣ୍ଡ ୨୭୩ରେ ଅଲଆଉଟ ହୋଇଯାଇଥିଲା। କମ ବ୍ୟାକ ମ୍ୟାଚରେ ଚମତ୍କାରିତା ଦେଖାଇଥିଲେ ମହମ୍ମଦ ସାମି।

prayash

ଆଜି ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ସବୁ ମ୍ୟାଚରେ ବିଜୟୀ ହୋଇଛନ୍ତି। ଦୁଇଦଳ ମଧ୍ୟରେ କଡ଼ା ମୁକାବିଲା ପରିଲକ୍ଷିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ସ୍ଥିତିକୁ ମଜଭୁତ କରିବାରେ ସଫଳ ହୋଇଥିଲା ନ୍ୟୁଜିଲାଣ୍ଡ। ଆଜି ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅସିଥିବା ନ୍ୟୁଜିଲାଣ୍ଡ ଦଳର ଷ୍ଟାର ଓପନର ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ନ୍ୟୁଜିଲାଣ୍ଡର ସ୍କୋର ୯ ଥିବାବେଳେ ଦେଭନ କନୱେ ୯ଟି ବଲ ଖେଳି କୌଣସି ରନ ନ କରି ପ୍ୟାଭିଲିଅନକୁ ଫେରି ଯାଇଥିଲେ। ଏହାପରେ ଦଳୀୟ ସ୍କୋର ୧୯ଥିବାବେଳେ ମହମ୍ମଦ ସାମିଙ୍କ ବଲରେ ଆଉଟ ହୋଇଯାଇଥିଲେ ୱିଲ ୟଙ୍ଗ। ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ । ଦଳୀୟ ସ୍କୋର ୧୯ ରନ ହୋଇଥିବାବେଳେ ଦଳ ଦୁଇ ଓପନର ଦେୱନ କନୱେ ଓ ୱିଲ ୟଙ୍ଗଙ୍କ ୱିକେଟ ହରାଇଥିଲା । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ ଦଳକୁ ସଂକଟରୁ ଉଦ୍ଧାର କରିଥିଲା ଏବଂ ସେମାନେ ଦୁହେଁ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ମିଚେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ ଓ ଶେଷ ଓଭରରେ ମହମ୍ମଦ ସାମିଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ରବୀନ୍ଦ୍ର ୭୫ ରନ କରିଥିଲେ।

ଭାରତୀୟ ବୋଲରମାନେ ଭଲ ବୋଲିଂ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଜରେ ଆଉଟ କରିବାରେ ସଫଳ ହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସମୀ ୫ଟି ୱିକେଟ ନେଇଥିଲେ । ସେହିପରି କୂଳଦୀପ ଯାଦବ ୨ଟି ଏବଂ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed.