ଆସିଲା ନୂଆ ସଫ୍ଟଓ୍ବେର, ମହାକାଶରୁ ଉଠାଇପାରିବେ ନିଜ ଅଫିସ ବା ଘର ଫଟୋ

ନୂଆଦିଲ୍ଲୀ : ଆପଣ କେବେ କଳ୍ପନା କରିଛନ୍ତି କି ମହାକାଶରୁ ଆପଣଙ୍କ ଘର କେମିତି ଦେଖାଯାଏ ? ଅଧିକାଂଶ ଛୋଟ ପିଲାଙ୍କ ମନରେ ଏହି ପ୍ରଶ୍ନ ଅନେକ ଥର ଆସିଥିବ । ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସେ ତେବେ ଚିନ୍ତା କରନ୍ତୁ ନାହିଁ । ଖୁବ୍ ଶୀଘ୍ର ଆପଣଙ୍କ ସ୍ବପ୍ନ ପୁରା ହେବାକୁ ଯାଉଛି । ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ ‘ପିକ୍ସେଲ’ ଦ୍ବାରା ମହାକାଶରୁ ଆପଣଙ୍କ ଘରର ଅଗଣା ନଜର ଆସିବ । ଏହି ଷ୍ଟାର୍ଟଅପ୍ ଏମିତି ଏକ ଅନଲାଇନ୍ ସଫ୍ଟଓ୍ବେୟାର ଆଣିବାକୁ ଯୋଜନା କରୁଛି ଯାହା ଫଳରେ ଆପଣ ତାର ସାଟେଲାଇଟ୍ ଦ୍ବାରା ଉଠାଯାଇଥିବା ପୃଥିବୀର ଫଟୋ ଦେଖିପାରିବେ ।

‘ପିକ୍ସେଲ ସ୍ପେଶ୍’ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ସହ ସଂସ୍ଥାପକ ଅବୈସ ଅହମଦ ଜଣାଇଛନ୍ତି କି ଆଗକୁ ମଧ୍ୟ ଏହାକୁ ଅଧିକ ଅତ୍ୟାଧୁନିକ କରିବା ପାଇଁ ଚେଷ୍ଟା କରାଯିବ । ଏହା ପୃଥିବୀ ଉପରେ ନଜର ରଖିବ ଏବଂ ଏହାର ଏକ ଷ୍ଟୁଡିଓ ‘ଅରୋରା’ ମଧ୍ୟ ଚଳିତ ବର୍ଷ ଶେଷ ଏହା ଆରମ୍ଭ ହୋଇଯିବ । ଏହା ଫଳରେ ଉପଗ୍ରହ ଦ୍ବାରା ନିଆଯାଉଥିବା ପୃଥିବୀର ହାଇପରସ୍ପେକ୍ଟଲ ଫଟୋ ଓ ତଥ୍ୟ ବିଶ୍ଲେଷଣ ସମସ୍ତଙ୍କ ପାଇଁ ସହଜ ହୋଇଯିବ । ଅରୋରାର ୟୁଜର୍ସ ପୂର୍ବରୁ ଡାଟାବେସରେ ଉପଲବ୍ଧ ସାଟେଲାଇଟରୁ ନିଆଯାଇଥିବା ଫଟୋ ଦେଖିପାରିବେ ବା କୌଣସି ଏକ ଖାସ୍ ସ୍ଥାନର ଫଟୋ ଉଠାଇବା ପାଇଁ ଅର୍ଡର ମଧ୍ୟ ଦେଇପାରିବେ । ତେବେ ଫଟୋ ନେବା ପାଇଁ ଲୋକଙ୍କୁ ପୈଠ କରିବାକୁ ପଡିବ । ଏହା ପରେ ହିଁ ସେମାନଙ୍କ ଫଟୋ ଉପଲବ୍ଧ କରିଦିଆଯିବ ।

ଓଲା ଆଣିଲା ନିଜର ‘ଓଲା ମ୍ୟାପ୍ସ’, ଦରକାର ପଡିବନି ଗୁଗଲ

Comments are closed.