www.samajalive.in
Monday, December 8, 2025
27.1 C
Bhubaneswar

ଓଲା ଆଣିଲା ନିଜର ‘ଓଲା ମ୍ୟାପ୍ସ’, ଦରକାର ପଡିବନି ଗୁଗଲ

ନୂଆଦିଲ୍ଲୀ : ଅନଲାଇନ୍ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀ ଓଲା ଏକ ବଡ ଘୋଷଣା କରିଛି । କମ୍ପାନୀ ଏବେ ଗୁଗଲ ମ୍ୟାପ୍ସ ବ୍ୟବହାର କରିବନି । ବରଂ ଏବେ କମ୍ପାନୀ ନିଜର ମ୍ୟାପ୍ ବ୍ୟବହାର କରିବ । ଓଲା କ୍ୟାବ୍ସ ନିଜର ମ୍ୟାପ୍ ଲଞ୍ଚ୍ କରିଛି ଏବଂ ଏହାକୁ ଓଲା ମ୍ୟାପ୍ ନାଁ ଦିଆଯାଇଛି । କମ୍ପାନୀର ସହ-ପ୍ରତିଷ୍ଠାତା ତଥା ସିଇଓ ଭାବିଶ ଅଗ୍ରଓ୍ବାଲ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି ।

ଓଲାର ସହ-ପ୍ରତିଷ୍ଠାତା ତଥା ସିଇଓ ଭାବିଶ ଅଗ୍ରଓ୍ବାଲ ଜଣାଇଛନ୍ତି କି ‘ଆମେ ପ୍ରତି ବର୍ଷ ଗୁଗଲ ମ୍ୟାପ୍ସ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ । କିନ୍ତୁ ଏବେ ଆମେ ନିଜ ଓଲା ମ୍ୟାପ୍ସକୁ ସ୍ବିଚ୍ କରିନେଇଛୁ ଏବଂ ଏହି  ଖର୍ଚ୍ଚକୁ ସମ୍ପୂର୍ଣ୍ଣ ରୂପେ ବଞ୍ଚାଇଛୁ ।’ କହିରଖୁଛୁ କିଛି ମାସ ପୂର୍ବରୁ ଓଲା ମାଇକ୍ରୋସଫ୍ଟ ଅଜୁରରେ ନିଜ କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର ବଦଳାଇଥିଲା । ଏବେ କମ୍ପାନୀ ନିଜର ଇକୋସିଷ୍ଟମ ଚଲାଇବ ଯାହାକି କମ୍ପାନୀର ଅନେକ ଖର୍ଚ୍ଚ ବଞ୍ଚାଇବ । ଭାବିଶ ଅଗ୍ରଓ୍ବାଲ କହିଛନ୍ତି କି ଆଗକୁ ଓଲା ମ୍ୟାପ୍ସରେ ଅନେକ ନୂଆ ଫିଚର୍ସ ଯୋଡିହେବ ।

ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର, ପାର୍ଥକ୍ୟ କେବଳ..

- Advertisement -

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories