www.samajalive.in
Sunday, December 7, 2025
26.1 C
Bhubaneswar

ରମ୍ଭା ଥାନା ନୂତନ ଗୃହ ଉଦଘାଟନ କଲେ ଡିଜି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ନୂତନ ଗୃହକୁ ସୋମବାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଉଦଘାଟନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ପ୍ରମୁଖ ରହିଥିଲେ। ଡିଜି ସାମ୍ବାଦିକମାନଙ୍କ ଆଲୋଚନା ବେଳେ କହିଥିଲେ ଯେ, ନୂତନ ଗୃହ ହେବା ପରେ ଏହି ଥାନାର କାର୍ଯ୍ୟ ଆହୁରି ଭଲ ହୋଇପାରିବ ବୋଲି କହିବା ସହ ଗତ ୧୫ ଦିନ ପୂର୍ବରୁ ରାଜ୍ୟ ଯେଉଁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା ନନ୍ ବେଲେବୁଲ ୱାରେଣ୍ଟ ଧରିବା ପାଇଁ ସେଥିରେ ଗଞ୍ଜାମ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଏହା ସଫଳତା ପାଇଛି। ସେଥିପାଇଁ ମୁଁ ମଧ୍ୟ ସେହି ଟିମଙ୍କୁ ବଧେଇ ଜଣାଇଛି ବୋଲି କହିଥିଲେ। ଏହି ଉଦଘାଟନ ଉତ୍ସବରେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ରମ୍ଭା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏହି ନୂତନ ଗୃହଟି ୧କୋଟି ୭୨ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଓଡିଶା ରାଜ୍ୟ ପୁଲିସ ହାଉସିଂ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ସରପଞ୍ଚ ଡି. ନିରଞ୍ଜନ ରେଡ୍ଡୀ, ଶ୍ୟାମାରେଡି, ସମିତି ସଭ୍ୟ ଗଗନ ସ୍ୱାଇଁ, ଯୁବ ନେତା ଅମୁଲ୍ୟ ଦଳେଇ, ରମ୍ଭା ଏନଏସିର ପୂର୍ବତନ ନଗରପାଳ ବିଜୟ ବିଶ୍ୱାଳ, ବିଜେପି ନେତା ଭୀମ ସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories