www.samajalive.in
Monday, December 15, 2025
24.1 C
Bhubaneswar

ମେ’ ୪ରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା

ଡେସ୍କ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଆସନ୍ତା ମେ’ ୪ତାରିଖରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ବିଷୟ ଘୋଷଣା କରିଛି।ଏଥିପାଇଁ ଆବେଦନ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୭ରେ ଶେଷ ହେବ। ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷା।

୨୦୨୪ରେ ରେକର୍ଡ ସଂଖ୍ୟକ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମେଡିକାଲ କଲେଜରେ ନାମଲେଖା ପାଇଁ ଏନଟିଏ ପ୍ରତିବର୍ଷ ନିଟ୍ ଆୟୋଜନ କରିଥାଏ। ଏମବିଏସଏସ ପାଠ୍ୟକ୍ରମ ପାଇଁ ମୋଟ ୧ ଲକ୍ଷ ୮ ହଜାର ଆସନ ଉପଲବ୍ଧ ଅଛି। ସେଥିମଧ୍ୟରେ ପ୍ରାୟ ୫୬ ହଜାର ସରକାରୀ ଓ ୫୨ ହଜାର ଘରୋଇ କଲେଜରେ ଆସନ ରହିଛି।

- Advertisement -

ଦନ୍ତ ଚିକିତ୍ସା, ଆୟୁର୍ବେଦ, ୟୁନାନୀ ଓ ସିଦ୍ଧରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ପରୀକ୍ଷା ଫଳକୁ ମଧ୍ୟ ବ୍ୟବହାର କରାଯାଇଥାଏ। ଗତ ମାସରେ ଏନଟିଏ ଘୋଷଣା କରିଥିଲା ଯେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପେନ୍ ଏବଂ ପେପର ମୋଡରେ ଅନୁଷ୍ଠିତ ହେବ।

ଗତବର୍ଷ ନିଟରେ ପ୍ରଶ୍ନପତ୍ର ଲିକ୍ ଓ ମାମଲା ସମେତ ଅନେକ ଅନିୟମିତତା ଅଭିଯୋଗ ଆସିଥିବା ବେଳେ ପରୀକ୍ଷାର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିବା ପରେ ୟୁଜିସି-ନେଟ୍ ବାତିଲ କରାଯାଇଥିଲା। ଉଭୟ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories