www.samajalive.in
Monday, December 15, 2025
14.1 C
Bhubaneswar

୧୮ରୁ ସିଏଚଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା, କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା

କେନ୍ଦୁଝରଗଡ଼଼: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଓ ବାଣିଜ୍ୟ ପରୀକ୍ଷା ଚଳିତମାସ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ତାରିଖରେ ଶେଷ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଚଳିତବର୍ଷ ଜିଲାର ମୋଟ ୬୨ କନିଷ୍ଠ ମହାବିଦ୍ୟାଳୟ ମଧ୍ୟରୁ ୫ ଘରୋଇ ମହାବିଦ୍ୟାଳୟ ସମେତ ମୋଟ ୧୧ଟି ଅନୁଷ୍ଠାନକୁ ବାଦ୍‌‌ଦେଲେ ୫୧ମହାବିଦ୍ୟାଳୟକୁ ପରୀକ୍ଷାକେନ୍ଦ୍ର ଭାବେ ଗଠନ କରାଯାଇଛି। ରେଗୁଲାର, ଏକ୍ସରେଗୁଲାର ଓ ଧନ୍ଦାମୂଳକ ପରୀକ୍ଷାର୍ଥୀଙ୍କୁ ମିଶାଇ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ଜିଲାରେ ଚଳିତବର୍ଷ ମୋଟ ୧୪୩୪୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସମଗ୍ର ଜିଲାରେ କଳାରେ ରେଗୁଲାର ଓ ଏକ୍ସରେଗୁଲାରଙ୍କୁ ମିଶାଇ ୯୫୩୫ଜଣ, ବାଣିଜ୍ୟରେ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ୮୮୬ଜଣ ଏବଂ ବିଜ୍ଞାନରେ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ୩୫୨୫ଜଣ ଏବଂ ୩୯୫ଜଣ ପରୀକ୍ଷାର୍ଥୀ ଧନ୍ଦାମଳୂକ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।

୮ ପ୍ରଶ୍ନପତ୍ର ହବ୍‌‌ ଗଠନ ହୋଇଥିବାବେଳେ  ୧୧ଘରୋଇ ଶିକ୍ଷାନୁଷ୍ଠାନକୁ ଟ୍ୟାଗିଂ କରାଯାଇଛି। ପରୀକ୍ଷା ଦିନ ଉକ୍ତ ହବ୍‌‌ମାନଙ୍କରୁ ପ୍ରଶ୍ନପତ୍ର ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରକୁ ସ୍ୱତନ୍ତ୍ର ଯାନ ଯୋଗେ କଡା ସୁରକ୍ଷା ବ୍ୟବସ୍ଥାରେ ସକାଳ ୮ଟା ୩୦ମି.ରେ ପହଞ୍ଚିବ। ଏହାପରେ ୯ଟା ୩୦ମି.ରେ ପ୍ରଶ୍ନପତ୍ର ଖୋଲାଯାଇ ପରୀକ୍ଷା ଆରମ୍ଭ ୫ମିନିଟ୍‌‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ।  ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯେଭଳି କୌଣସି ପରିସ୍ଥିତିରେ ପ୍ରଘଟ ନହୁଏ ସେଥିପାଇଁ ପ୍ରଶ୍ନପତ୍ର ଗଛିତ ଜିଲାର ସମସ୍ତ ୮ଟି ହବ୍‌‌ରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି। ପରୀକ୍ଷାରେ ଅସାଧୁ ଉପାୟକୁ ନିୟନ୍ତ୍ରଣ ପାଇଁ ମହାବିଦ୍ୟାଳୟସ୍ତରୀୟ, ଜିଲା ପ୍ରଶାସନ, ହବ୍‌‌, ଜୋନାଲ ଓ କେନ୍ଦ୍ରୀୟସ୍ତରରେ ପଞ୍ଚସ୍ତରୀୟ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ପରିଚାଳନାରେ କୌଣସି ଅନିୟମିତତା ପରିଲକ୍ଷିତ ହେଲେ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାକେନ୍ଦ୍ର ମାନଙ୍କରେ ପ୍ରଚୁର ପରିମାଣର ପାନୀୟଜଳ ଓ ଓଆରଏସ୍‌‌ ମହଜୁଦ ରଖିବାକୁ କେନ୍ଦ୍ର ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories