www.samajalive.in
Sunday, December 7, 2025
14.1 C
Bhubaneswar

ରୋଗମୁକ୍ତ ରଖେ ନିମ୍ବ

ପ୍ରାଚୀନ କାଳରୁ ବିଭିନ୍ନ ପ୍ରକାରର ଜଡିବୁଡି ପ୍ରସ୍ତୁତ ପାଇଁ ନିମ୍ବର ବ୍ୟବହାର କରାଯାଇଥାଏ। ସ୍ବାସ୍ଥ୍ୟ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ ଅଟେ। ନିମ୍ବର ବ୍ୟବହାର ଦ୍ବାରା ଅନେକ ପ୍ରକାରର ଦୁଃସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଅନେକ ଔଷଧୀୟ ଗୁଣ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକୀୟ ଅଟେ। ନିମ୍ବ ଗଛର ପତ୍ର, ଫୁଲକୁ ଆମେ ବିଭିନ୍ନ ଔଷଧ ରୂପେ ବ୍ୟବହାର କରିଥାଉ।

ମୁହଁରେ ଦାଗ ଦୂର କରେ:

- Advertisement -

ନିମ୍ବରେ ଦାଗ ଓ ତୈଳାକ୍ତ ମୁହଁକୁ ନିୟନ୍ତ୍ରଣ କରିବାର ଗୁଣ ରହିଛି। ନିମ୍ବରେ ଥିବା ଆଣ୍ଟିବ୍ୟାକ୍ଟେରିଆ ତୈଳାକ୍ତ ମୁହଁକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ। ନିମ୍ବରେ ପ୍ରସ୍ତୁତ ତେଲକୁ ମୁହଁରେ ଲଗାଇବା ଦ୍ବାରା ସୁନ୍ଦରତା ବଢିଥାଏ। ଏହାସହ ମୁହଁର ପ୍ରାକୃତିକ ରୂପ ଫେରି ଆସିଥାଏ।

ବିଭିନ୍ନ ଗଣ୍ଠି ଦରଜରୁ ମୁକ୍ତି ଦେଇଥାଏ:

ନିମ୍ବରେ ପ୍ରସ୍ତୁତ ବିଭିନ୍ନ ଜଡିବୁଡି ଦ୍ବାରା ଗଣ୍ଠି ଦରଜରୁ ମୁକ୍ତି ପାଇପାରିବେ। ଏଥିପାଇଁ କିଛି ନିମ୍ବ ପତ୍ର ନେଇ ଗରମ ପାଣିରେ ଫୁଟାନ୍ତୁ। ତାପରେ ପାଣି ଥଣ୍ଡା ହୋଇଗଲା ପରେ ତାକୁ ଛାଣି ଦିଅନ୍ତୁ। ସେହି ପାଣିକୁ ଦିନକୁ ଦୁଇଥର ପିଅନ୍ତୁ। ଏପରି କରିବା ଦ୍ବାରା ଗଣ୍ଠି ଦରଜରୁ ମୁକ୍ତି ମିଳିବ।ବ୍ୟାକ୍ଯେରିଆ ନାଶକ:

ଆମ ପରିବେଶରେ ଅନେକ ବ୍ୟାକ୍ଟେରିଆ ରହିଛି। ସେହି ବ୍ୟାକ୍ଟେରିଆ ଆମ ଶରୀର ଭିତରକୁ ମଧ୍ୟ ପ୍ରବେଶ କରିଥାଏ। ଶରୀରରେ ବ୍ୟାକ୍ଟେରିଆ ରହିବା ଦ୍ବାରା ଅନେକ ରୋଗ ହେବାର ସମ୍ଭାବନ ମଧ୍ୟ ରହିଛି। ତେଣୁ ନିମ୍ବ ଆମକୁ ବ୍ୟାକ୍ଟେରିଆ ଠାରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ। ନିମ୍ବ ଫୁଲକୁ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ବାରା ତାହା ବ୍ୟାକ୍ଟେରିଆକୁ ନ​‌ଷ୍ଟ କରିଥାଏ।

ଡାଇବେଟିସକୁ ନିମନ୍ତ୍ରଣ କରିଥାଏ:

ବଜାରରେ ମିଳୁଥିବା ନିମ୍ବର ଔଷଧ ଖାଇବା ଦ୍ବାରା ମନୁଷ୍ୟ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ ହୋଇଥାଏ। ନିମ୍ବ ପତ୍ରରେ ରହିଥିବା ଔଷଧୀୟ ଗୁଣ ମଧ୍ୟ ଡାଇବେଟିସ ରୋଗକୁ ନିୟନ୍ତ୍ରଣ କରିଥାଏ।ନଖରେ ହେଉଥିବା ସଂକ୍ରାମକ ରୋଗରୁ ରକ୍ଷା କରେ:

ନଖରେ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ନିମ୍ବ ପତ୍ର ସାହାର୍ଯ୍ୟରେ ଠିକ ହୋଇଥାଏ। ନଖରେ ହେଉଥିବା ବିଭିନ୍ନ ପ୍ରକାର ଖଣ୍ଡିଆ ଓ ସଂକ୍ରାମକ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ।

ପ୍ରାୟ ବ୍ୟକ୍ତି ଗାଧୋଇବା ବେଳେ ଗରମ ପାଣିରେ ନିମ୍ବ ପତ୍ର ପକାଇ ଗାଧୋଇଥାନ୍ତି। ଏପରି କରିବା ଦ୍ବାରା କୌଣସି ଚର୍ମ ରୋଗ ହେବାର ସମ୍ଭାବନା ନଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories