୨୩ ଦିନର ଦରମା ଓ ଭତ୍ତା ନେବେନି ଏନଡିଏ ସାଂସଦ

0

ନୂଆଦିଲ୍ଲୀ : ବିଜେପି ଏବଂ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସାଂସଦମାନେ ବଜେଟ ଅଧିବେଶନ ପରଠାରୁ ୨୩ ଦିନର ବେତନ ଓ ଅନ୍ୟ ଭତ୍ତା ନେବେ ନାହିଁ ବୋଲି ବୁଧବାର ଘୋଷଣା କରିଛନ୍ତି । ବଜେଟ ଅଧିବେଶନ ପରର ଦ୍ୱୀତିୟ ଭାଗରେ ସଂଦର ଉଭୟ ଗୃହର କାର୍ଯ୍ୟ ଠିକ୍‌ ଭାବେ ଚାଲିପାରି ନଥିଲା । କଂଗ୍ରେସ ଜାଣିଶୁଣି ଗୃହକାର୍ଯ୍ୟ ଚାଲିବାକୁ ଦେଇନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବୁଧବାର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଅନନ୍ତ କୁମାର ଘୋଷଣା କରିଥିଲେ ଯେ ଗୃହକାର୍ଯ୍ୟ ସଠିକ୍‌ ଭାବେ ଚାଲିପାରିନଥିବା ୨୩ ଦିନର ଦରମା ଓ ଭତ୍ତା ଏନଡିଏ ସାଂସଦ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରିବାରେ କଂଗ୍ରେସ୍‌ ବାଧକ ସାଜୁଛି, ଅଣଗଣତାନ୍ତ୍ରିକ କାର୍ଯ୍ୟରେ କଂଗ୍ରେସ ଲିପ୍ତ ରହୁଛି । ଏହାଦ୍ୱାରା ଟିକସ୍‌ଦାତାଙ୍କ ଧନ ନଷ୍ଟ ହେଉଛି ।

Leave A Reply