nua o banner

ନକ୍ସଲ୍‌-ପୁଲିସ ଗୁଳିବିନିମୟ

BSKY banner  750×100
0

ବଣାଇ, ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ପଞ୍ଚାୟତର ଲୁଙ୍ଗା ପାହାଡ଼ରେ ପୁଲିସ୍‌- ନକ୍ସଲ୍‌ ଗୁଳି ବିନିମୟ ଘଟିଛି । ପାହାଡ଼ରେ ନକ୍ସଲ୍‌ କ୍ୟାମ୍ପ ଚାଲିଥିବା ଥାନାଧିକାରୀ ଅଲେଖ ଗରଡ଼ିଆ ସୂଚନା ପାଇବା ପରେ ରାଉରକେଲା ଏସ୍‌ପି ଡ. ଉମାଶଙ୍କର ଦାସଙ୍କୁ ଜଣାଇଥିଲେ । ଗତକାଲି ମଧ୍ୟ ରାତି୍ରରେ ଏସ୍‌ପିଙ୍କ ନେତୃତ୍ୱରେ ଡିଭିଏଫ୍‌, ଏସ୍‌ଓଜି ଓ ସିଆରପିଏଫ୍‌ ଯବାନଙ୍କ ସହିତ ମହୁଲପଦା ଥାନା ପୁଲିସ ମିଳିତ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ । ୨୦୦ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡ଼ିଛି । ଅପରେସନ୍‌ ଜାରି ରହିଛି । ପାହାଡ଼ ଉପରେ ପ୍ରାୟ ୧୦ ଜଣ ନକ୍ସଲ୍‌ ଥିବା ଅନୁମାନ କରାଯାଉଛି । ବର୍ଷା ଯୋଗୁଁ ନକ୍ସଲଙ୍କୁ ଠାବ କରାଯାଇପାରିନାହିିଁ । ଗୁଳି ବିନିମୟ ପରେ ନକ୍ସଲ୍‌ମାନେ ଛତ୍ରଭଙ୍ଗ ଦେଇଥିଲେ । ନକ୍ସଲ୍‌ କ୍ୟାମ୍ପରୁ ଔଷଧ, ପୋଷାକ, ସୋଲାର ପ୍ଲେଟ୍‌, ଜୋତା, ରୋଷେଇ ସାମଗ୍ରୀ, ପାଣି ଜାରକିନ୍‌ ଆଦି ଜବତ କରାଯାଇଛି ।

Leave A Reply