www.samajalive.in
Monday, December 15, 2025
24.1 C
Bhubaneswar

ଚିକିତ୍ସା ପାଇଁ ନୱାଜ ସରିଫଙ୍କୁ ଜାମିନ

ଲାହୋର : ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ବୁଧବାରଠାରୁ ୩ ମାସ ପାଇଁ ଜାମିନ ମିଳିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ନୱାଜଙ୍କୁ ଚିକିତ୍ସା ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ୬ ସପ୍ତାହର ଜାମିନ ଦେଇଥିଲେ । କୋର୍ଟଙ୍କ ନିର୍ଦେଶର ଗୋଟିଏ ଦିନ ପରେ ବୁଧବାର ୬୯ ବର୍ଷିୟ ନୱାଜ ସରିଫଙ୍କୁ ଲାହୋରର କୋଟ ଲାଖପାଟ ଜେଲରୁ ମୁକ୍ତ କରାଯାଇଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡ ହୋଇଥିବାବେଳେ ଗତ ବର୍ଷ ଡିସେମ୍ବରରୁ ସେ ଜେଲରେ ଥିଲେ ।
ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ପ୍ରତିଷ୍ଠାତା ନୱାଜ ସରିଫ ସପ୍ତାହକ ମଧ୍ୟରେ ୪ ଥର ହୃଦ୍‍ଘାତର ଶିକାର ହୋଇଛନ୍ତି । ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସିଫ ସୟିଦ ଖୋସାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ମଙ୍ଗଳବାର ନୱାଜ ସରିଫଙ୍କ ଚିକିତ୍ସା ପାଇଁ ୩ ମାସ ଜାମିନ ପ୍ରଦାନ କରିଥିଲେ । ତେବେ ଚିକିତ୍ସା ପାଇଁ ତାଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ମିଳିନାହିଁ । ବୁଧବାର ତାଙ୍କୁ ଦେଖିବା ପାଇଁ ଜେଲ ବାହାରେ ସହସ୍ରାଧିକ ଦଳୀୟ କର୍ମୀ ଓ ସମର୍ଥକ ଏକାଠି ହୋଇଥିଲେ । ଜେଲରୁ ବାହାରିବା ପରେ ତାଙ୍କୁ ଶୋଭାଯାତ୍ରାରେ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories