mission shakti banner

ବନ୍ଦ ହେବ ଓଡ଼ିଶାର ୨ ପଲିଟେକ୍‌ନିକ୍‌ କଲେଜ

nua o banner
0

ଭୁବନେଶ୍ୱର, ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରେ ଥିବା ସରକାରୀ ପଲିଟେକ୍‌ନିକ୍‌ କଜେଲ୍‌ରେ ଚଳିତ ବର୍ଷଠାରୁ ଆଉ ନାମ ଲେଖା ହେବ ନାହିଁ । ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ଦ ହେବାକୁ ଥିବା ୨୦୦ ଇଞ୍ଜିନିୟରିଂ କଲେଜ୍‌ ତାଲିକାରେ ଉପରୋକ୍ତ ଦୁଇ କଲେଜ୍‌ର ନାମ ରହିଛି । ଏଆଇସିଟିଇ ପକ୍ଷରୁ ଏ ସଂକ୍ରାନ୍ତରେ ଚିଠି ପାଇବା ପରେ ଉପରୋକ୍ତ ଦୁଇ କଲେଜ୍‌କୁ ବନ୍ଦ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦ୍‌କରଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯୋଗ୍ୟ ଅଧ୍ୟକ୍ଷ ଓ ନିୟମିତ ଅଧ୍ୟାପକ ଅଭାବ ଦୃଷ୍ଟିରୁ ଉପରୋକ୍ତ ଦୁଇ ଅନୁଷ୍ଠାନକୁ ବନ୍ଦ କରିବା ପାଇଁ ଏଆଇସିଟିଇ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଉକ୍ତ ଦୁଇ ଅନୁଷ୍ଠାନ ପାଇଁ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସୁଚାରୁ ରୂପେ ପାଠ୍ୟକ୍ରମ ପରିଚାଳନା ପାଇଁ ପର୍ଯ୍ୟାପ୍ତ ପରିମାଣର ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଭାରତର ସମ୍ବିଧାନ ୩୦୯ ଧାରା ଅନୁଯାୟୀ ସରକାରୀ ପଲିଟେକ୍‌ନିକ୍‌ କଲେଜ୍‌ରେ କ୍ୟାଡର ରୁଲ୍‌ ଅନୁଯାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଥିସହିତ ପଲିଟେକ୍‌ନିକ୍‌ କଲେଜ ପ୍ରତିଷ୍ଠା ପାଇଁ ଜମି, କୋଠାଘର, ଭିତ୍ତିଭୂମି, ନିଯୁକ୍ତି ବାବଦରେ ବିପୁଳ ବ୍ୟୟ ହୋଇଛି । ଏହି ଦୁଇ କଲେଜ୍‌ ବନ୍ଦ ହେଲେ ରାଜ୍ୟର ଯୁବବର୍ଗଙ୍କ ବୈଷୟିକ ଶିକ୍ଷା ଓ ନିଯୁକ୍ତି ପ୍ରଭାବିତ ହେବ । ତେଣୁ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଦୁଇ କଲେଜ୍‌ ବନ୍ଦ ନ କରିବା ପାଇଁ ଏଆଇସିଟିଇକୁ ପରାମର୍ଶ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଜାଭ୍‌ଦେକରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave A Reply