www.samajalive.in
Sunday, December 7, 2025
23.1 C
Bhubaneswar

ନବୀନଙ୍କ ହସ୍ତକ୍ଷେପ ; ଓଡିଶାରେ ପହଞ୍ଚିଲା ଆଳୁ ଟ୍ରକ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି। ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡି । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡିଶାରେ ଆଳୁ ଟ୍ରକ ଶନିବାର ପହଞ୍ଚିଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ପରେ ଆଳୁ ଗାଡ଼ି ଛାଡ଼ିଛି ପଶ୍ଚିମବଙ୍ଗ, ନବୀନଙ୍କ ଚିଠିର ପ୍ରଭାବ ପଡ଼ିଛି ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଳୁ ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ରରେ ନବୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରିଥିଲେ। ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ତେଣୁ ସେ ଦୃଷ୍ଟିରୁ କିଭଳି ଆଳୁ ଦର ହ୍ରାସ ପାଇବ ଓ ଓଡିଶାକୁ ଆଳୁ ଆସିପାରିବ, ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ମମତାଙ୍କୁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋ ନବୀନ। ଉଭୟ ରାଜ୍ୟ ମଧ୍ୟ ସାଂସ୍କୃତିକ ସମ୍ପର୍କ ଅତି ନିବିଡ଼ ତେଣୁ ସାଧାରଣ ଲୋକେ ଯେଭଳି ଆଳୁ ପାଇଁ ଅସୁବିଧାରେ ନ ପଡନ୍ତି, ସେ ନେଇ ବିଚାର କରିବାକୁ ନବୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ।

ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories