www.samajalive.in
Friday, December 5, 2025
17.1 C
Bhubaneswar

ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

ଶ୍ରାବଣ ଶନିବାରକୁ ଖୁବ୍‌ ଶୁଭ ବୋଲି କୁହାଯାଏ । ଏହି ବାରରେ ଶନି-ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସ୍ୱାସ୍ଥ୍ୟ, ସନ୍ତାନ ଓ ସଫଳତା ମିଳିଥାଏ । ଜାଣନ୍ତୁ ଶ୍ରାବଣ ଶନିବାରରେ କେଉଁ ଉପାୟ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇ ଶନି ଶାନ୍ତ ହୋଇ ଥାଆନ୍ତି..

୨୭ ଜୁଲାଇ ଶ୍ରାବଣର ପ୍ରଥମ ଶନିବାରରେ ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥବୃକ୍ଷ ତଳେ ଦୀପ ଲଗାନ୍ତୁ । ମାନ୍ୟତା ଅନୁଯାୟୀ, ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ବ୍ୟବସାୟରେ ଲାଭ ହୋଇଥାଏ ।

- Advertisement -

ଶ୍ରାବଣ ମାସର ପ୍ରଥମ ଶନିବାରରେ ଅଶ୍ୱତ୍ଥ ଗଛର ୭ଥର ପରିକ୍ରମା ଓ ଅସହାୟଙ୍କୁ ତେଲ ଦାନ କରନ୍ତୁ । ଏହାଦ୍ୱାରା ଶନି ସାଢେସାତିର ପ୍ରଭାବ ସମ୍ପୂର୍ଣ୍ଣ କମ୍‌ ହୋଇଥାଏ ।

ଅଗଷ୍ଟରେ ଶୁକ୍ର ଚଳନ : ଏହି ରାଶିଙ୍କୁ କରିବେ ଧନୀ,କର୍ମକ୍ଷେତ୍ରରେ ଉନ୍ନତି ସହ ଚମକାଇବେ ଭାଗ୍ୟ..

ଶ୍ରାବଣ ଶନିବାରରେ ମହାଦେବଙ୍କୁ ଅପରାଜିତା ଫୁଲ ଅର୍ପଣ କଲେ ଶନିଙ୍କ ବିଶେଷ କୃପା ପାପ୍ତି ହୋଇଥାଏ । ଶନିଙ୍କ ମହାଦଶା କାରଣରୁ ବୈବାହିକ ଜୀବନରେ ଚାଲୁଥିବା ସମସ୍ୟା ଦୂର ହୋଇଥାଏ ।

କଳା ବିରି, କଳା ରାଶି ଶ୍ରାବଣ ଶନିବାର ଦିନ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ମାନ୍ୟତା ଅନୁଯାୟୀ, ଏହାଦ୍ୱାରା ଶନି ଦୋଷ ଦୂର ହୋଇଥାଏ । ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ ।

ଶ୍ରାବଣ ମାସ ଶନିବାରରେ ଶମି ବୃକ୍ଷ ମନ୍ଦିରରେ ଲଗାନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇ, ଶତ୍ରୁ ଦୂରେଇ ଯାଆନ୍ତି । ସଫଳତା ମିଳିଥାଏ ।

ଶ୍ରାବଣ ମାସ ଶନିବାରରେ ପ୍ରଭୁ ହନୁମାନଙ୍କ ଆରାଧନା କରିବା ଦ୍ୱାରା ମାନସିକ ଓ ଶାରିରୀକ ରୂପରେ ମଜଭୁତ ହୋଇ ଥାଆନ୍ତି । କାମରେ ଆସୁଥିବା ବାଧା ଦୂର ହୋଇଥାଏ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories