www.samajalive.in
Saturday, December 6, 2025
26.1 C
Bhubaneswar

ନାଚୁ ନାଚୁ ଟଳିପଡ଼ିଲେ ନୃତ୍ୟଗୁରୁ

ପାଣିକୋଇଲି : ନାଚ ଶିଖାଉଥିବାବେଳେ ଟଳିପଡିଲେ ନୃତ୍ୟଗୁରୁ । ଯାଜପୁର ଜିଲା ପାଣିକୋଇଲି ଥାନା ବ୍ରଜନଗରସ୍ଥିତ ଯଜ୍ଞସେନୀ ଯାତ୍ରା ପାର୍ଟିରେ ଅଭାବନୀୟ ଘଟଣା ଘଟିଛି।  ନୃତ୍ୟଗୁରୁ ମାୟାଧର ଜେନା ଯାଜ୍ଞସେନୀ ଯାତ୍ରା ପାର୍ଟିର ନାଟକ ‘ଆଖିର ଦୋଷ ନାଁ ଲୁହର ଦୋଷ’ ନାଟକ ପାଇଁ କଳାକାରଙ୍କୁ ନୃତ୍ୟ ଶିଖାଉଥିଲେ । ନୃତ୍ୟ ଶିଖାଉଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ଏଥିସହିତ ଷ୍ଟେଜ ଉପରେ ଅଚେତ ହୋଇ ପଡିଯାଇଥିଲେ। ତୁରନ୍ତ ସାଥି କଳାକାରମାନେ ମାଲିକ ଓ ବରିଷ୍ଠ କଳାକାରଙ୍କୁ ଖବର ଦେଇଥିଲେ । ନାଟକର ନିର୍ଦେଶକ ତଥା ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ସାଥି କଳାକାରଙ୍କ ସହିତ ମାୟାଧରଙ୍କୁ ଚିକିତ୍ସା ପାଇଁ ପାଣିକୋଇଲି ଡାକ୍ତରଖାନା ପରେ ଯାଜପୁରରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ସେଠାରେ ଡାକ୍ତର ନୃତ୍ୟଗୁରୁ ମାୟାଧରଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories