www.samajalive.in
Saturday, December 6, 2025
14.1 C
Bhubaneswar

ନାମଫଳକରେ ତ୍ରୁଟିକୁ ନେଇ ଆଲୋଚନା; ରାଜ୍ୟରେ କେବେଠୁ ହେଲାଣି ୧୪୮ ବିଧାନସଭା କ୍ଷେତ୍ର ?

ଜି.ଉଦୟଗିରି: ରାଜ୍ୟର ୧୪୭ଟି ବିଧାନସଭା ଆସନ ଥିବାବେଳେ ଜି.ଉଦୟଗିରି ଓ ଦାରିଙ୍ଗବାଡି ବିଧାନସଭା କ୍ଷେତ୍ରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜି.ଉଦୟଗିରି ବିଧାନସଭା କ୍ଷେତ୍ର ପୂର୍ବରୁ ଥିବାବେଳେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ଏବେ କନ୍ଧମାଳ ଜିଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ନେଇ ୨୦୨୩ ମେ ୩୦ ତାରିଖରେ ଏକ ଫଳକ ଲଗାଯାଇଛି, ଯେଉଁଥିରେ ଦାରିଙ୍ଗବାଡି ବିଧାୟକ ଉଲ୍ଲେଖ ରହିଛି। ଏହା ଲୋକଲୋଚନକୁ ଆସିବା ପରେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ନାନା ଆଲୋଚନା ହେଉଛି। କେହି କେହି ରାଜ୍ୟରେ କେବେଠାରୁ ୧୪୮ ବିଧାନସଭା କ୍ଷେତ୍ର ହେଲାଣି ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି। ବିଦ୍ୟାଳୟ ସ୍ଥାପନା ନାମଫଳକରେ ଏପରି ତ୍ରୁଟି କେମିତି ହେଲା ଏବଂ ବିଧାୟକ ବି କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories